ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଅଭିଯୋଗ

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡିର ବିଧାୟକ କେ. ନାରାୟଣ ରାଓଙ୍କ ମାଉସୀଙ୍କୁ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପାରଳାଖେମୁଣ୍ଡି ସହରର ଏରଦେଲା ସାହିରେ ଥିବା ଘରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଧାୟକ ଘରେ ନଥିବା ବେଳେ ଦୃର୍ବୃତ୍ତମାନେ ତାଙ୍କ ମାଉସୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।

ବିଧାୟକଙ୍କ ମାଉସୀଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ବାସଭବନରେ ବିଧାୟକ ଓ ତାଙ୍କ ମାଉସୀ ରହନ୍ତି। ଗତକାଲି ବିଧାୟକ ଘରେ ନଥିବାରୁ ତାଙ୍କ ମାଉସୀ ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ଦୃର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି।

 

The post ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/374aB5C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages