କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା ବାମରାରେ ପୂର୍ବରୁ ଅଟକୁ ଥିବା ରାଜେନ୍ଦ୍ରନଗର-ଦୁର୍ଗ-ସାଉଥବିହାର, ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଓ ହାୱାଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ରେଳରୋକ ହେଉଛି। ଏହି ୩ଟି ଏକ୍ସପ୍ରେସ ଟ୍ରେନର ରହଣି ଦାବିରେ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ରେଳରୋକ କରାଯାଇଛି।
ଗତକାଲି ଉପଜିଲ୍ଲାପାଳ, ଏସଡିପିଓ ଓ ରେଲ ବିଭାଗ ଅଧିକାରୀ କ୍ରିୟାନୁଷ୍ଠାନ କମିଟି ସହିତ ଆଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ରେଳ ରହଣୀ ପାଇଁ ଅଡି ବସିଥିଲା। ଯେଉଁଥିପାଇଁ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଆଉ ଆଜି କ୍ରିୟାନୁଷ୍ଠାନ କମିଟି ରେଳ କରିଛି। ଯାହାଫଳରେ ବହୁ ଟ୍ରେନ୍ ଅଟକି ରହିଛି।
The post ୧୨ ଘଣ୍ଟିଆ ରେଳରୋକ appeared first on Odisha Reporter.
from Odisha Reporter https://ift.tt/3mhOwWD
No comments:
Post a Comment