ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହେଲା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଲା ପହିଲି ଭୋଗ । ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ।
ମହାଲକ୍ଷ୍ମୀ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା। ବିରି ଓ ଅଟା ଜାତୀୟ ଦ୍ରବ୍ୟରେ ପ୍ରସ୍ତୁତ କରାଯାଇଥାଏ ଏହି ପିଠା। ଶ୍ରୀମନ୍ଦିରରେ ମଙ୍ଗଳା ଆଳତୀ, ରୋଷ ହୋମ ନୀତି ପରେ ବଲ୍ଲଭ ନୀତିରେ ପହିଲି ଭୋଗ ନୀତି କରାଯିବ। ଆଜି ଧନୁ ମୁଆଁ ଭୋଗ ଲାଗିଲେ ଜାଡ଼ ମହାପ୍ରଭୁଙ୍କଠାରୁ ଦୂରେଇ ଯାଏ ବୋଲି ବିଶ୍ୱାସ ରହିଛି ।
The post ଆଜି ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କ ପାଇଁ ମା’ ପ୍ରସ୍ତୁତ କରନ୍ତି ୨୩ ପ୍ରକାର ପିଠା appeared first on Odisha Reporter.
from Odisha Reporter https://ift.tt/3nwRmsc
No comments:
Post a Comment