ଜଣେ ୩୮ ବର୍ଷୀୟ ଯୁବକଙ୍କ ସମେତ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ଜଣେ ୩୮ ବର୍ଷୀୟ ଯୁବକଙ୍କ ସମେତ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୭୭୧ରେ ପହଞ୍ଚିଯାଇଛି।

ଏହି ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଅଛନ୍ତି। ସେହିପରି ବାଲେଶ୍ୱର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ସେମାନେ ଭୁବନେଶ୍ୱରର। ଉଭୟ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୬୯ ଓ ୬୫ ବର୍ଷ। ଉଭୟ ଡାଇବେଟିସ୍ ସହିତ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ବାଲେଶ୍ୱରରେ ଯାହାର ମୃତ୍ୟୁ ଘଟିଛି, ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ସେହିପରି ନୂଆପଡ଼ାରେ ପ୍ରାଣ ହରାଇଥିବା ମହିଳା ଜଣଙ୍କୁ ୪୫ ବର୍ଷ ହୋଇଥିଲା।

ଆଉ ୨ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩୦୩ରେ ପହଞ୍ଚିଯାଇଛି। ବାଲେଶ୍ୱରରେ ଏହି ସଂଖ୍ୟା ୮୬, ବଲାଙ୍ଗିରରେ ୩୬, ନୂଆପଡ଼ାରେ ୨୫ ଓ କଳାହାଣ୍ଡିରେ ୨୬ରେ ପହଞ୍ଚି ଯାଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୧୯୬ରେ ପହଞ୍ଚିଥିବା ବେଳେ ୩,୧୫,୨୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ୪,୧୦୨ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଜଣେ ୩୮ ବର୍ଷୀୟ ଯୁବକଙ୍କ ସମେତ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/37Fusbr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages