ରାଗିଗଲେ ସଲମାନ୍, କହିଲେ-ଘରୁ ବାହାରି ଯାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ରାଗିଗଲେ ସଲମାନ୍, କହିଲେ-ଘରୁ ବାହାରି ଯାଅ

ମୁମ୍ବାଇ: ରାଗିଗଲେ ଭାଇଜାନ ସଲମାନ ଖାନ। କହିଲେ, ଘରୁ ବାହାରି ଯାଅ, ପ୍ଲିଜ ଲିଭ ଦ ହାଉସ । ରିଆଲିଟି ଶୋ’ ବିଗବସ୍ -୧୪ର ୱିକେଣ୍ଡ କା ୱାରରେ ଦେଖିବାକୁ ମିଳିଛି ସମଲାନଙ୍କ କିଛି ଏଭଳି ଏଙ୍ଗ୍ରି ଲୁକ । ଘରର ପ୍ରତିଯୋଗୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ସଲମାନ।

ଟିଭି ଇଣ୍ଡଷ୍ଟ୍ରିରେ ଏବେ ରିଆଲିଟି ଶା’ ବିଗବସ୍-୧୪ ଧମାଲ କରୁଛି । ଚାରିଆଡ କେବଳ ବିଗବସ-୧୪ର ଚର୍ଚ୍ଚା ଚାଲିଛି । ଖୁବଶୀଘ୍ର ଏହି ଶୋ’ର ଫାଇନାଲ ଏପିଶୋଡ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ସାମ୍ନାକୁ ଆସିଛି ଅପକମିଂ ଏପିଶୋଡର ଏକ ଟିଜର । ଏଥିରେ ସଲମାନ ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କ ଜୋରଦାର କ୍ଲାସ ନେଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by ColorsTV (@colorstv)


ଶୋ’ର ଫାଇନାଲ୍‌ ରାଉଣ୍ଡ୍‌ ପୂର୍ବରୁ ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କୁ ସଲମାନ୍‌ ଖାନ୍‌ ବିଗ୍‌ ବସ୍‌ ହାଉସ୍‌ରୁ ବାହାରକୁ ଯିବାର ରାସ୍ତା ଦେଖାଇଛନ୍ତି। କେବଳ ଏତିକି ନୁହେଁ, ଶୋ’ରେ ଆଗ୍ରହ ଦେଖାଇ ନ ଥିବାରୁ ସଲମାନ୍‌, ରାହୁଲଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି। ଏହାର ଭିଡିଓ କଲର୍ସ ଟିଭି ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେଆର ହୋଇଛି। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି।

ଭିଡିଓରେ, “ସଲମାନ୍ ରାହୁଲଙ୍କୁ କହୁଛନ୍ତି, ଏହି ଘରେ ରହିବାକୁ ରାହୁଲ ଇଚ୍ଛା ନାହିଁ। ସଲମାନ୍‌ଙ୍କ ଏହି କଥାରେ ରାହୁଲ ମଧ୍ୟ ହଁ କରିଥିଲେ। ଏହାପରେ ସଲମାନ୍‌ ରାହୁଲଙ୍କ ଶୋ’ ପ୍ରତି ଇଚ୍ଛାଶକ୍ତି ଓ ଆଗ୍ରହ କ’ଣ ପାଇଁ କମ ରହିଛି ତା’ର କାରଣ ପଚାରିଥିଲେ  । ଏହାର କାରଣ ରାହୁଲ୍‌ କହିବାକୁ ଚାହିଁଥିଲେ ମଧ୍ୟ ସଲମାନ୍‌ କହିଥିଲେ, କିଛି ଆବଶ୍ୟକତା ନାହିଁ, ଦୟାକରି ଘରୁ ବାହାରକୁ ଚାଲି ଯାଅ।” ତେବେ କାହିଁକି ସଲମାନ ଏଭଳି ରାଗି ଯାଇଛନ୍ତି, ପୁରା ଶା’ ଦେଖିବା ପରେ ହିଁ ତାର ପ୍ରକୃତ କାରଣ ଜଣାପଡିବ ।

The post ରାଗିଗଲେ ସଲମାନ୍, କହିଲେ-ଘରୁ ବାହାରି ଯାଅ appeared first on Odisha Reporter.



from Odisha Reporter https://ift.tt/3quJSrL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages