ଚଣ୍ଡିଗଡ: କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ସହଯୋଗୀ ଦଳ ଜେଜେପି ପାଇଁ ବଢ଼ିଛି ଅଡୁଆ। କୃଷି ବିଲକୁ ନେଇ ଚାଷୀ ଆନ୍ଦୋଳନ କରୁଛନ୍ତି। ଚାଷୀମାନଙ୍କ ଦାବି କେନ୍ଦ୍ର ସରକାର ଶୁଣୁ ନାହାନ୍ତି। ତେଣୁ ବିଜେପି ସାଂସଦ, ବିଧାୟକ ସହିତ ସହଯୋଗୀ ଦଳର ନେତାଙ୍କୁ ଗାଁରେ ପ୍ରବେଶ ଉପରେ ରୋକ୍ ଲଗାଇବା ସହିତ ସାମାଜିକ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ହୋଇଛି। ହରିଆଣାର ଖାପ୍ ପଞ୍ଚାୟତ ସଦସ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି।
ହରିଆଣାର ଜିନ୍ଦରେ ସର୍ବଦାନ ଖାପର ମୁଖ୍ୟ ଶୋକନ୍ଦ କହିଛନ୍ତି, ବଙ୍ଗର ଅଞ୍ଚଳରେ ଥିବା ଗାଁକୁ ବିଜେପି-ଜେଜେପି ନେତାଙ୍କ ପ୍ରବେଶ ବନ୍ଦ କରିବାକୁ ଖାପ ଏବଂ ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ, ଜେଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଏବଂ ବିଜେପି ସାଂସଦ ହିସାର ବ୍ରିଜେନ୍ଦ୍ର ସିଂଙ୍କ ସମେତ ବିଧାୟକମାନଙ୍କୁ ବୟକଟ କରିବାକୁ ଆହ୍ୱାନ ହୋଇଛି। ସମାନ ପ୍ରତିବନ୍ଧକ ଜେପି ଦଲାଲ ଏବଂ କଙ୍ଗନା ରଣାୱତଙ୍କ ଉପରେ ମଧ୍ୟ ଲଗାଇଛି ସର୍ବଦାନ ଖାପ୍। ଯଦି ସାହସ ଅଛି କଙ୍ଗନା ହରିଆଣାରେ ପ୍ରବେଶ କରି ଦେଖାନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଏହି ଖାପ୍ ନେତା।
ସେ କହିଛନ୍ତି ଯେ ଦୁଷ୍ୟନ୍ତ ଏବଂ ବ୍ରିଜେନ୍ଦ୍ର ଚାଷୀଙ୍କ ଯନ୍ତ୍ରଣା ବୁଝିବାରେ ବିଫଳ ହୋଇଛନ୍ତି। ଯଦି ଏହି ନେତାମାନେ ଆମ ଗାଁକୁ ଆସିବାକୁ ଚେଷ୍ଟା କରନ୍ତି, ତେବେ ଆମେ ସେମାନଙ୍କୁ କଳା ପତାକା ଦେଖାଯିବ ବୋଲି ପଞ୍ଚାୟତ କହିଛି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ଆଲୋଚନାରେ କୌଣସି ନିଷ୍କର୍ସ ବାହାରିନ। ଏହା ସହ ହରିଆଣାରେ ବିଜେପି ଏବଂ ଜେଜେପି ମଧ୍ୟରେ ରାଜନୀତିକ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହାବାଦ୍ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ସରକାର ବର୍ଷକ ମଧ୍ୟରେ ଚାଷୀଙ୍କ ବିରୋଧରେ ଶହ ଶହ ହିଂସା ମାମଲା ଲଦିଛି। ଯାହାକୁ ନେଇ ମଧ୍ୟ ଅସନ୍ତୋଷ ରହିଛି।
ଜେଜେପି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି, କିନ୍ତୁ ତାଙ୍କ ସାନ ଭାଇ ଡିଜିଭି ଚୌଟାଲା ପ୍ରାୟ ପ୍ରତିଦିନ ସରକାର ବିରୋଧରେ ବର୍ଷୁଛନ୍ତି। ଚାଷୀଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି କରିଛନ୍ତି।
The post ବଢ଼ୁଛି ବିଜେପି ସାଂସଦଙ୍କ ଅଡୁଆ, ସାମାଜିକ ବାସନ୍ଦ କରିବାକୁ ଆହ୍ୱାନ appeared first on Odisha Reporter.
from Odisha Reporter https://ift.tt/36LVWNz
No comments:
Post a Comment