ଅନୀଲଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ଅନୀଲଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ବଲିଉଡର ଅଲଟାଇମ ହ୍ୟାଣ୍ଡସମ ତଥା ଭେଟେରାନ ଅଭିନେତା ଅନୀଲ କପୁର ନିଜ ଦମଦାର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି।  ଏଥିସହ ସେ ନିଜ ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହୁନ୍ତି। ଏତେ ବୟସରେ ମଧ୍ୟ ଆଜି ବି ନିଜ ଫିଟନେସକୁ ନେଇ ସମସ୍ତ ଯୁବପିଢ଼ିଙ୍କ ପ୍ରେରଣା ପାଲଟିଛନ୍ତି ବଲିଉଡର ମିଷ୍ଟର ଇଣ୍ଡିଆ। ନିକଟରେ ଅନୀଲ କପୁର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେଆର କରିଛନ୍ତି, ଯେଉଁଥିରେ ସେ ଦ୍ରୁତ ଗତିରେ ସାଇକେଲ ଚଲାଉଥିବା ଦେଖିବାକୁ ମିଳିଛି।

ଚଣ୍ଡିଗଡର ସଡକରେ ନିଜ ଫିଟନେସ ପାଇଁ  ସକାଳୁ ସାକଳୁ ସାଇକେଲିଂ କରୁଥିବା ଦେଖିବାକୁ ମିଳିଛି। ଅନୀଲ ଏହି ଭିଡିଓକୁ ସେଆର କରି ଲେଖିଛନ୍ତି, କାର୍ଡିଓ ଏବଂ ଫିଟନେସ ପାଇଁ ଏହା ମୋର ସବୁଠୁ ପସନ୍ଦିଦା ଫର୍ମ। ଅନୀଲ କପୁରଙ୍କ ଏହି ଭିଡିଓକୁ ଦେଖିବା ପରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହାକୁ ରିଟ୍ୱଟି କରିଛନ୍ତି। ଅନୀଲ କପୁର ସମସ୍ତ ଯୁବବର୍ଗ ପାଇଁ ପ୍ରେରଣା। ମତେ ଆପଣଙ୍କ ସାଇକେଲର ବଡ ଚଉଡା ଟାଅର ପସନ୍ଦ ଆସୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।


ନିକଟରେ ଅନୀଲ କପୁର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଚଣ୍ଡିଗଡରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ବେଳେ ତାଙ୍କୁ କରୋନା ହୋଇଥିବା ନେଇ ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ଏହି ଖବରକୁ ଅନୀଲ ଖଣ୍ଡନ କରିଥିଲେ। ସେ ପୁରା ପୁରି ସୁସ୍ଥ ଅଛନ୍ତି  ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଥିବା ସେ ସୂଚନା ଦେଇଥିଲେ।

ଆଗକୁ ଅନୀଲଙ୍କ ଯୁଗ ଯୁଗ ଜିୟୋ, ତଖତ୍ ଏବଂ ମୁମ୍ଭାଇ ସାଗା ଭଳି ଫିଲ୍ମ ଆସୁଛି। ଅନୀଲଙ୍କୁ ଶେଷଥର ପାଇଁ ବଡ ପରଦାରେ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିଥିଲେ। ବକ୍ସ ଅଫିସରେ ଫିଲ୍ମଟି ଜବରଦସ୍ତ ହିଟ ମଧ୍ୟ ହୋଇଥିଲା।

The post ଅନୀଲଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2VETthD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages