ଅଡ଼ୁଆରେ ନେତ୍ୟାନହୁ: ଭାଙ୍ଗିଲା ସଂସଦ, ୨ ବର୍ଷରେ ୪ର୍ଥ ନିର୍ବାଚନ ପାଇଁ ସଜବାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ଅଡ଼ୁଆରେ ନେତ୍ୟାନହୁ: ଭାଙ୍ଗିଲା ସଂସଦ, ୨ ବର୍ଷରେ ୪ର୍ଥ ନିର୍ବାଚନ ପାଇଁ ସଜବାଜ

ଜେରୁଜେଲମ: ଇସ୍ରାଏଲରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଅଧିକ ଜଟିଳ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁଙ୍କ ମେଣ୍ଟ ସରକାର ଦେଶର ବଜେଟ୍‌ ଧାର୍ଯ୍ୟ ସମୟରେ ପାରିତ କରି ନ ପାରିବାରୁ ମଙ୍ଗଳବାର ସଂସଦକୁ ଭଙ୍ଗ କରି ଦିଆଯାଇଛି।

ଏବେ ପୁଣିଥରେ ଦେଶରେ ନିର୍ବାଚନ ହେବ। ଆସନ୍ତା ମାର୍ଚ୍ଚ ମାସରେ ଦେଶବାସୀ ନୂଆ ସରକାର ଗଠନ କରିବେ। ତେବେ ବିଗତ ୨ ବର୍ଷ ମଧ୍ୟରେ ୪ ଥର ନିର୍ବାଚନ ଅନୁଷ୍ଠିତ ହେବା ଦୀର୍ଘ ସମୟ ଧରି କ୍ଷମତାରେ ଥିବା ନିତ୍ୟାନହୁ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

୪ର୍ଥଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏବେଠାରୁ ହିଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣକୁ ଠିକ ଭାବେ ମୁକାବିଲା ନ କରିପାରିବା ଓ ଦୁର୍ନୀତି ଅଭିଯୋଗରେ ଫିସିଥିବା ନେତ୍ୟାନହୁ ଲୋକଙ୍କ ଆକ୍ରୋଶର ଶିକାର ହେବାରେ ଲାଗିଛନ୍ତି। ଏସବୁ ଭିତରେ ସେ କେମିତି ପୁଣି କ୍ଷମତା ଦଖଲ କରିବେ, ତା’ହା ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି।

୨୦୧୯ ଏପ୍ରିଲରୁ ୩ ଥର ନିର୍ବାଚନ ହୋଇଥିଲେ ହେଁ ସବୁଥର ନେତ୍ୟାନହୁ ପ୍ରଧାନମନ୍ତ୍ରୀ ହୋଇଥିଲେ। ମେ’ ମାସରୁ ମିଳିତ ସରକାରର ଦେଶରେ କାର୍ଯ୍ୟ କରୁଛନ୍ତି। ତେବେ ସରକାରଙ୍କ ସହଯୋଗୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ନେତ୍ୟାନହୁ ସରକାର ଗଠନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ଭଙ୍ଗ କରିଥିବା ସେ କହି କହିଛନ୍ତି। ତେଣୁ ସେ ହିଁ ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି। ଡିସେମ୍ବର ଆରମ୍ଭରୁ ସଂସଦ ଭଙ୍ଗ କରିବାକୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ମଙ୍ଗଳବାର ଏହା ପାରିତ ହୋଇଛି। ୧୨୦ ଆସନ ବିଶିଷ୍ଟ ଇସ୍ରାଏଲ ସଂସଦରେ ସରକାର ଭଙ୍ଗ ସପକ୍ଷରେ ୬୧ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୫୪ଟି ଭୋଟ ପଡ଼ିଛି।

ସଂସଦ ଭଙ୍ଗ ହୋଇଥିବାରୁ ଆସନ୍ତା ବର୍ଷ ମାର୍ଚ୍ଚରେ ଚତୁର୍ଥ ଥର ପାଇଁ ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନେତାନ୍ୟାହୁ ଲିକୁଡ ପାର୍ଟିର ସଭାପତି ହୋଇଥିବାବେଳେ ବେନି ଗାଣ୍ଟ ବ୍ଲୁ ଆଣ୍ଡ ହ୍ୱାଇଟ ପାର୍ଟର ମୁଖ୍ୟ। ଏପ୍ରିଲରେ ଦୁଇ ଦଳ ପରସ୍ପର ସହ ଚୁକ୍ତି କରି ମିଳିତ ସରକାର ଗଠନ କରିଥିଲେ। ହେଲେ ସମୟକ୍ରମେ ଏମାନଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏବେ ଏହାର ବିସ୍ଫୋରକ ରୂପ ନେଇଛି।

ନେତ୍ୟାନହୁ ପ୍ରଥମଥର ୧୯୯୬ରୁ ୨୦୦୦ ମସିହା ଯାଏ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ସେ ୨୦୦୯ରୁ ଏହି ପଦରେ ରହିଛନ୍ତି। ଏବେ ମାର୍ଚ୍ଚ ମାସର ନିର୍ବାଚନ ଶେଷ ହେବା ଯାଏ ସେ ଏହି ପଦରେ ରହିବେ।

The post ଅଡ଼ୁଆରେ ନେତ୍ୟାନହୁ: ଭାଙ୍ଗିଲା ସଂସଦ, ୨ ବର୍ଷରେ ୪ର୍ଥ ନିର୍ବାଚନ ପାଇଁ ସଜବାଜ appeared first on Odisha Reporter.



from Odisha Reporter https://ift.tt/3aCX3kL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages