ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚିଦେଲା ସ୍ତ୍ରୀ, ୩ ମାସ ପରେ ବାହାରିଲା ସତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚିଦେଲା ସ୍ତ୍ରୀ, ୩ ମାସ ପରେ ବାହାରିଲା ସତ

ନିଆଳି(ଓଡ଼ିଶା ରିପୋର୍ଟର):  ସ୍ୱାମୀ ସ୍ତ୍ରୀ ସମ୍ପର୍କ ଜନ୍ମ ଜନ୍ମର। ପରସ୍ପରର ସବୁ ଦୋଷ, ତ୍ରୁଟି କ୍ଷମା କରିଦେବାକୁ ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥାନ୍ତି ଉଭୟ। କିନ୍ତୁ ବେଳେ ବେଳେ ନିଜ ହିତାହିତ ଜ୍ଞାନ ଭୁଲି  ପରସ୍ପରର ଜୀବନ ନେବାକୁ ବି ପଛାନ୍ତି ନାହିଁ ଉଭୟ । ଏପରି ଏକ  ଚାଞ୍ଚଲ୍ୟକର  ଘଟଣା  ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ଏହି ଘଟଣା ଘଟିଛି ।

ସ୍ୱାମୀ ସ୍ତ୍ରୀ ମଧ୍ୟରେ ମଝିରେ ମଝିରେ ଲାଗୁଥିବା କଳହ ଶେଷରେ ନେଲା ଭୟଙ୍କର ରୂପ। ନିଜ ହିତାହିତ ଜ୍ଞାନ ଭୁଲି ଯାଇଥିବା  ସ୍ତ୍ରୀ ଶେଷରେ ନିଜ ହାତରେ ପୋଛିଦେଲା ନିଜ ମଥାର ସିନ୍ଦୂର। ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟା କରିବାକୁ ବି ପଛାଇଲା ନାହିଁ ସ୍ତ୍ରୀ।  କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ ପାଇଁ ଘର ନିକଟରେ ମୃତଦେହକୁ ପୋତି ମଧ୍ୟ ଦେଇଥିଲା। ଦୀର୍ଘ ୩ ମାସ ପରେ ଏହି କଳା କାହାଣୀ ଉପରୁ ପରଦା ହଟିଛି।

ଦୀର୍ଘ ଦିନ ଧରି ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱାମୀ  ନିଧି ଗିରି ନିଖୋଜ ଥିବାର ନାଟକ ରଚି ଆସୁଥିବା ସ୍ତ୍ରୀ ଶେଷରେ ୩ ମାସ ପରେ ମାନିଛି ନିଜେ ଘଟାଇଥିବା ଜଘନ୍ୟ କାଣ୍ଡ।  ମାଟି ତଳୁ ଗଳିତ ଶବ ଉଦ୍ଧାର ପରେ ପଦାକୁ ଆସିଛି ସତ।

ଗ୍ରାମବାସୀଙ୍କ ସମ୍ମୁଖରେ ମହିଳାଜଣକ ନିଜ ଦୋଷ ସ୍ୱୀକାର କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି । ଆଜି ସାଇଣ୍ଟିଫିକ୍ ଟିମ୍ ବନମାଳୀପୁର ଗାଁକୁ ଯାଇ ପରୀକ୍ଷା ନିରୀକ୍ଷା କରିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୁଲିସ୍‌ କହିଛି ।

The post ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚିଦେଲା ସ୍ତ୍ରୀ, ୩ ମାସ ପରେ ବାହାରିଲା ସତ appeared first on Odisha Reporter.



from Odisha Reporter https://ift.tt/2M5lZYh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages