ରାଜ୍ୟରେ କମୁଛି କରୋନା ମୃତ୍ୟୁ, ଆଖି ବୁଜିଲେ ଆଉ ୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ରାଜ୍ୟରେ କମୁଛି କରୋନା ମୃତ୍ୟୁ, ଆଖି ବୁଜିଲେ ଆଉ ୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାତର କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥିସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଖସିବାରେ ଲାଗିଛି । ୩ରୁ ୪ ଦିନ ଧରି ୧୦ ତଳେ କରୋନା ମୃତକ ଚିହ୍ନଟ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ଜଣ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୬୦ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜିର ମୃତକଙ୍କ ମଧ୍ୟରେ କେନ୍ଦୁଝରରୁ ସର୍ବାଧିକ ୨ ଜଣ ଅଛନ୍ତି । ସେହିପରି ମାଲକାନଗିରି, ମୟୂରଭଞ୍ଜ ଓ ନୂଆପଡାରୁ ଜଣେ ଲେଖାଏଁ କୋରାନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨୦୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୫୫୮ଟି ସକ୍ରିୟ କେସ୍‌ ରହିଥିବା ବେଳେ ୩୧୪୦୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

The post ରାଜ୍ୟରେ କମୁଛି କରୋନା ମୃତ୍ୟୁ, ଆଖି ବୁଜିଲେ ଆଉ ୫ appeared first on Odisha Reporter.



from Odisha Reporter https://ift.tt/3oqlG7U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages