ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ୮ ମାସ ତଳେ ଚାକିରିରୁ ଛଟେଇ ହୋଇଥିଲେ। କିପରି ପରିବାର ଚଳାଇବେ ଚିନ୍ତା କରି କରି ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ। ଘରୁ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ଏହି କଥା କହିଛନ୍ତି ସ୍ତ୍ରୀ।
ଘଟଣାଟି ଢେଙ୍କାନାଳ ଜିଲ୍ଲାର। ମୃତ ବ୍ୟକ୍ତିଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ସେ ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଥିଲେ।
ସୂର୍ଯ୍ୟକାନ୍ତ ସ୍ୱାଇଁ ୨୦୦୬-୦୭ ମସିହାରୁ ଯୋଜନା କାର୍ଯ୍ୟାଳୟରେ ଠିକା ପିଅନ ଭାବେ କାର୍ଯ୍ୟ କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। କିନ୍ତୁ କୋଭିଡ ଯୋଗୁ ଗତ ମାର୍ଚ୍ଚ ମାସ ପରେ ତାଙ୍କ ଏଗ୍ରିମେଣ୍ଟ ରିନ୍ୟୁ ହୋଇପାରି ନ ଥିଲେ। ଫଳରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା। ସେବେଠୁ ସୂର୍ଯ୍ୟକାନ୍ତ ମାନସିକ ଅବସାଦରେ ରହୁଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି।
ଗତ କିଛି ଦିନ ହେବ ନିଜ ପିଲାଙ୍କ ସହ ସୂର୍ଯ୍ୟକାନ୍ତଙ୍କ ପତ୍ନୀ ତାଙ୍କ ବାପ ଘରକୁ ଯାଇଥିଲେ। ଗତକାଲି ରାତିରେ ସେ ସୂର୍ଯ୍ୟକାନ୍ତଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଫୋନ୍ ଉଠାଇ ନ ଥିଲେ। ଏହାପରେ ସାହିପଡ଼ିଶାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସେମାନେ ପହଞ୍ଚି ସୂର୍ଯ୍ୟକାନ୍ତଙ୍କ ମୃତଦେହ ଝୁଲୁଥିବା ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଆଜି ସକାଳେ ପହଞ୍ଚି କବାଟ ତାଡ଼ିବା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଝରକା ରେଲିଂରେ ଗାମୁଛା ବାନ୍ଧି ସୂର୍ଯ୍ୟକାନ୍ତ ଆତ୍ମହତ୍ୟା କେମିତି କଲେ, ସେନେଇ ପୁଲିସ୍ର ସନ୍ଦେହ ହେଉଛି। ତେଣୁ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
The post ‘ଚାକିରି ଚାଲିଯିବାରୁ ମୋ ସ୍ୱାମୀ ଜୀବନ ହାରିଲେ’ appeared first on Odisha Reporter.
from Odisha Reporter https://ift.tt/33FHAwk
No comments:
Post a Comment