ଜେଇଇ ମେନ୍ ୨୦୨୧ ବିଜ୍ଞପ୍ତିକୁ ହଟାଇଲା ଏନଟିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

ଜେଇଇ ମେନ୍ ୨୦୨୧ ବିଜ୍ଞପ୍ତିକୁ ହଟାଇଲା ଏନଟିଏ

ନୂଆଦିଲ୍ଲୀ: ଜେଇଇ ମେନ୍ ପରୀକ୍ଷାସୂଚୀ ବଦଳିପାରେ। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ନିଜର ଅଫିସିଆଲ୍ ୱେବସାଇଟ୍ nta.nic.inରୁ ଜେଇଇ ମେନ୍ ୨୦୨୧ ସମ୍ବନ୍ଧୀୟ ବିଜ୍ଞପ୍ତି ହଟାଇ ଦେଇଛି। ଏହି ବିଜ୍ଞପ୍ତିରେ, ଫେବୃଆରୀ ୨୦୨୧ରେ ଜେଇଇ ମେନ୍ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅଫିସିଆଲ୍ ୱେବସାଇଟର ବିଜ୍ଞପ୍ତି ହଟିବା ପରେ, ଏନଟିଏ ଦ୍ୱାରା ଜେଇଇ ମେନର ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଛି।

ବିଜ୍ଞପ୍ତି ହଟିବା ପଛର ମୁଖ୍ୟ କାରଣ ଜଣାପଡ଼ି ନାହିଁ। ହଟାଯାଇଥିବା ବିଜ୍ଞପ୍ତିରେ ଡିସେମ୍ବର ୧୫, ୨୦୨୦ ଥିଲା ଜେଇଇ ମେନ୍ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ତାରିଖ। ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ଡିସେମ୍ବର ସନ୍ଧ୍ୟାରୁ ଆରମ୍ଭ ହେବ ବୋଲି ନିୟମ ରହିଥିଲା।

ଆଇଆଇଟି ସମେତ ଟପ୍ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଜେଇଇ ପରୀକ୍ଷା କରାଯାଏ। ଏଥର ଏହି ପରୀକ୍ଷା ବର୍ଷକୁ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ହେବାର ଥିଲା। ଏମିତିକି ଛାତ୍ରଛାତ୍ରୀ ଏକାଧିକ ଥର ଭାଗ ନେବାର ବିକଳ୍ପ ମଧ୍ୟ ଥିଲା।

The post ଜେଇଇ ମେନ୍ ୨୦୨୧ ବିଜ୍ଞପ୍ତିକୁ ହଟାଇଲା ଏନଟିଏ appeared first on Odisha Reporter.



from Odisha Reporter https://ift.tt/2K8gEP7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages