ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଶିକ୍ଷକ

ବରଗଡ଼(ଦୀପକ ଶର୍ମା):  ଗତକାଲି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ ଧରା ପଡ଼ିଥିବା ବେଳେ ଆଜି ପୁଣି ଜଣେ ଶିକ୍ଷକଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଏହି ରେଡ୍ ଚାଲିଛି।

ଏକକାଳୀନ ପ୍ରମୋଦଙ୍କ ବରଗଡ଼ ଜିଲ୍ଲାର ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିସ୍ଥିତ ଘରେ ଚଢ଼ାଉ ଚାଲିଛି। ଏହାବ୍ୟତୀତ  ଡୁଙ୍ଗୁରିପାଲି,ଆଗଲପୁର, ବରପାଲି, ତେଲିପାଲି  ଏବଂ ଗଣ୍ଠିପାଲି ହାଇସ୍କୁଲରେ ଏହି ଚଢ଼ାଉ ଚାଲିଛି। ସୁବର୍ଣ୍ଣପୁର,ବରଗଡ଼,ବଲାଙ୍ଗୀର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଛି I ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଆକଳନ କରାଯାଇଛି, ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ  ଗତକାଲି ପାରଳାଖେମୁଣ୍ଡି ଏ.ଏସ ରାଉତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସରକାରୀ ଶିକ୍ଷକ ଦୁସ୍ମନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ପାରଳାଖେମୁଣ୍ଡି ଏବଂ ବ୍ରହ୍ମପୁର  ଭିଜିଲାନ୍ସ  ଟିମ୍‌ ୧୨ ଟି ସ୍ଥାନରେ  ଚଢାଉ କରି   ପ୍ରାୟ ୪ କୋଟି ରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା।

ତେବେ ଶିକ୍ଷକମାନେ କେଉଁ ଉପାୟରେ ଏତେ ଅର୍ଥ ରୋଜଗାର କରି କୋଟିପତି ହୋଇପାରୁଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତନାଘନା।

The post ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଶିକ୍ଷକ appeared first on Odisha Reporter.



from Odisha Reporter https://ift.tt/2Wj6z4f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages