ଆଜି ମହାଜାଗତିକ ଦୃଶ୍ୟ; ୪୦୦ ବର୍ଷ ପରେ ବୃହସ୍ପତି, ଶନି ଗ୍ରହର ହେବ ମହାମିଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ଆଜି ମହାଜାଗତିକ ଦୃଶ୍ୟ; ୪୦୦ ବର୍ଷ ପରେ ବୃହସ୍ପତି, ଶନି ଗ୍ରହର ହେବ ମହାମିଳନ

ନୂଆଦିଲ୍ଲୀ: ୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ । ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ । ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ।

ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ହେବେ । ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା । କିନ୍ତୁ ମାନବ ସମାଜ ଏହାକୁ ଦେଖିପାରିନଥିଲେ ।

ବୃହସ୍ପତି, ସୂର୍ଯ୍ୟକୁ ପରିକ୍ରମା କରିବାକୁ ୧୧.୮୬ ବର୍ଷ ନେଉଥିବା ବେଳେ ଶନି ୨୯.୪ ବର୍ଷ ନେଇଥାଏ । ତେଣୁ ପ୍ରତି ୧୯.୮୫ ବର୍ଷରେ ରାତି ଆକାଶରେ ବୃହସ୍ପତି ଶନିକୁ ଅତିକ୍ରମ କରିଥାଏ । ଏହି ସମୟରେ ଗ୍ରହ ଦୁଇଟି ଅତି ପାଖାପାଖି ନଜର ଆସିଥାନ୍ତି । ଧୀର ଗତିଶୀଳ ଶନିକୁ ବୃହସ୍ପତି ଅତିକ୍ରମ କରୁଥିବା ଘଟଣାକୁ ମହାମିଳନ ବୋଲି କୁହାଯାଉଛି ।

The post ଆଜି ମହାଜାଗତିକ ଦୃଶ୍ୟ; ୪୦୦ ବର୍ଷ ପରେ ବୃହସ୍ପତି, ଶନି ଗ୍ରହର ହେବ ମହାମିଳନ appeared first on Odisha Reporter.



from Odisha Reporter https://ift.tt/38mbLKv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages