ହାଇଦ୍ରାବାଦ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୌରପାଳିକା ପକ୍ଷରୁ ଜଣେ ମହିଳାଙ୍କ ଘରେ ଆଗରେ କୁଢ଼କୁଢ଼ ଅଳିଆ ଗଦା କରାଯିବାରୁ ସେ ଏହାକୁ ଦେଖି ସ୍ତବ ହୋଇଯାଇଥିଲେ। ଶେଷରେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ନାରାୟଣଖେଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଉଛନ୍ତି ୫୮ ବର୍ଷୀୟ ଭୁମାଭା। ସେ ଦୀର୍ଘ ଦିନ ହେଲା ଘରର ଟିକସ ଦେଉ ନଥିବାରୁ ନାରାୟଣଖେଡ଼ ପୌରପାଳିକା ଅଳିଆ ସବୁ ଆଣି ଡିସେମ୍ବର ୧୫ରେ ତାଙ୍କ ଘର ଆଗରେ ଗଦା କରି ଦେଇଥିଲା। ଏହାକୁ ଦେଖି ମହିଳା ଜଣଙ୍କ ଲୋକଲଜ୍ଜା ଅନୁଭବ କରିଥିଲେ।
ଘଟଣା ପରେ ସେ ଧୀରେଧୀରେ ଅସୁସ୍ଥ ହେବାରେ ଲାଗିଥିଲେ। ଶନିବାର ତାଙ୍କ ଅବସ୍ଥା ଅଧିକ ଖରାପ ହୋଇଥିଲା। ଶେଷରେ ପରିବାର ଲୋକ ତାଙ୍କୁ ସାଗର ରେଡ୍ଡୀ ସ୍ଥିତ ଗୋଟିଏ ହସ୍ପିଟାଲକୁ ନେଇଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଭୁମାଭାଙ୍କ ପରିବାର ଲୋକ ମୃତ୍ୟୁ ପାଇଁ ପୌରପାଳିକାକୁ ଦାୟୀ କରିଛନ୍ତି।
ସେମାନେ କହିଛନ୍ତି ଯେ ଡିସେମ୍ବର ୧୫ରେ ପୌରପାଳିକା ଘର ଆଗରେ ଅଳିଆ ଗଦା କରିବାରୁ ଭୁମାଭା ବେଶ ଚିନ୍ତାରେ ପଡ଼ି ଯାଇଥିଲେ। ଧୀରେଧୀରେ ସେ ଶଯ୍ୟାରୁ ଉଠିବା ବନ୍ଦ କରି ଦେଇଥିଲେ। ଅବଶ୍ୟ ୧୭ ତାରିଖରେ ପୌରପାଳିକା ଅଳିଆ ସବୁ ଉଠାଇ ନେଇଥିଲା। କିନ୍ତୁ ଦୁଇ ଦିନ ଧରି ଘରେ ଆଗରେ ଅଳିଆ ଗଦା ହୋଇଥିବାରୁ ଭୁମାଭା ଏହାକୁ ସହ୍ୟ କରିପାରି ନଥିଲେ। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ଓ ରବିବାର ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
ପୁଲିସ୍ ପାଖରେ ଘଟଣାକୁ ନେଇ କୌଣସି ଅଭିଯୋଗ କରାଯାଇନାହିଁ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ମହିଳା ଜଣଙ୍କ ଆଜମା ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ।
The post ଘର ଆଗରେ ଅଳିଆ ଗଦା ଦେଖି ଚାଲିଗଲା ମହିଳାଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/34vtmyp
No comments:
Post a Comment