ଟିକା ଆସିବା ପରେ ହିଁ ବିବାହ କରିବେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ଟିକା ଆସିବା ପରେ ହିଁ ବିବାହ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଟିକା ଆସିଲେ ହିଁ ବିବାହ କରିବି । ଟିକାର ସଫଳ ପରୀକ୍ଷଣ ପରେ ମୁଁ ସାତ ଫେରା ନେବି । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା । ଅଭିନେତା ଅଲ୍ଲି ଫେଜଲଙ୍କ ସହ ବିବାହକୁ ନେଇ ନିକଟରେ ଏକ ସାକ୍ଷାତକାରରେ ରିଚା ଏଭଳି କହିଛନ୍ତି।

ଗତ ମାର୍ଚ୍ଚ ମାସରେ ଅଭିନେତା ଅଲ୍ଲି ଫେଜଲଙ୍କ ସହ ବିବାହ କରିଥାନ୍ତେ ରିଚା ଚଡ୍ଡା । ସବୁ କିଛି ଠିକ୍ ହୋଇସାରିଥିଲା । ତାରିଖ ମଧ୍ୟ ଫିକ୍ସ ହୋଇଯାଇଥିଲା କିନ୍ତୁ ମହାମାରୀ କରୋନା ସବୁ ବିଗାଡି ଦେଇଥିଲା ।  କରୋନା ଯୋଗୁଁ ଦୁହିଁଙ୍କୁ ବିବାହ ଟାଳିବାକୁ ପଡିଥିଲା । ଏବେ ରିଚା ନିଜ ବିବାହକୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସବୁ କିଛି ନ୍ୟୁ ନର୍ମାଲ ହେଲାଣି । କିନ୍ତୁ କରୋନା ଟିକା ଆସିବା ପରେ ଚିନ୍ତା କମିବ । ଏହାପରେ ହିଁ ଲୋକେ ନିଜକୁ ସୁରକ୍ଷିତ ମନେ କରିବେ । ଟିକାର ସଫଳ ପରୀକ୍ଷଣ ହେବା ପରେ ହିଁ ବିବାହ କରିବାକୁ ମୁଁ ଚିନ୍ତା କରିବି ବୋଲି ସେ କହିଛନ୍ତି ।

ଅପକମିଂ ବାୟୋପିକ ଫିଲ୍ମ ‘ଶକିଲା’କୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ରିଚା ଚଡ୍ଡା । ସାଉଥର ୯୦ ଦଶକର ଆଡଲ୍ଟ ଷ୍ଟାର ଶକିଲାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ହିନ୍ଦୀ ସମେତ ଅନ୍ୟ ୪ଟି ଭାଷାରେ ୧୦୦୦ ସ୍କ୍ରିନରେ ରିଲିଜ ହେବ । ଏହି ଫିଲ୍ମର ଲିଡ ରୋଲରେ ପଙ୍କଜ ତ୍ରିପାଠୀ ଅଛନ୍ତି । ଇନ୍ଦ୍ରଜୀତ ଲଙ୍କେସଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୫ରେ ବଡ ପରଦାରେ ରିଲିଜ ହେବ  ।

The post ଟିକା ଆସିବା ପରେ ହିଁ ବିବାହ କରିବେ ଏହି ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/2Wv8P8R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages