ହୋସ୍‌ ଉଡ଼ାଇଦେଲେ ପ୍ୟାଟ୍ ଓ ଜୋଶ୍‌, ୩୬ ରନ୍‌ରେ ଅଟକିଲା ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

ହୋସ୍‌ ଉଡ଼ାଇଦେଲେ ପ୍ୟାଟ୍ ଓ ଜୋଶ୍‌, ୩୬ ରନ୍‌ରେ ଅଟକିଲା ଟିମ୍ ଇଣ୍ଡିଆ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଏହି ଇନିଂସ୍‌ରେ ଦଳ ମାତ୍ର ୩୬ ରନ୍ କରିଛି। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ବିଜୟ ପାଇଁ ମାତ୍ର ୯୦ ରନ୍‌ର ଟାର୍ଗେଟ ରହିଛି।

ଗତକାଲି ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୯ ରନ୍ କରିଥିବା ଭାରତୀୟ ଦଳ ଆଜି ଆଉ ୮ ୱିକେଟ୍ ହରାଇ ମାତ୍ର ୨୭ ରନ୍ ଖାତାରେ ଯୋଡ଼ିବାକୁ ସମର୍ଥ ହୋଇଥିଲା। ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହୋଇଥିଲେ।

ପ୍ରଥମ ଇନିଂସ୍ ଭଳି ପୃଥ୍ୱୀ ଶ’ ପୁଣି ଫେଲ୍ ମାରିଥିଲେ। ସେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ ୯ ଓ ଯଶପ୍ରୀତ ବୁମ୍ରା ୨ ରନ୍ କରି ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସ୍‌ରେ ୪୩ ରନ୍ କରିଥିବା ଚେତେଶ୍ୱର ପୂଜାରା ଏହି ଇନିଂସରେ ଖାତା ଖୋଲିପାରି ନଥିଲେ। ଆଜିଙ୍କ୍ୟ ରାହାଣେ ମଧ୍ୟ ‘ଶୂନ’ରେ ଆଉଟ୍ ହୋଇଥିଲେ। ସେହିପରି ପ୍ରଥମ ଇନିଂସ୍‌ରେ ଟିମ୍‌କୁ ବିପର୍ଯ୍ୟୟରୁ ବଞ୍ଚାଇ ଥିବା ଅଧିନାୟକ ବିରାଟ କୋହଲି ଏହି ଇନିଂସ୍‌ରେ ମାତ୍ର ୪ ରନ୍ କରିବାକୁ ସମର୍ଥ ହୋଇଥିଲେ।

ହନୁମା ବିହାରୀ ୮ ରନ୍ କରିଥିବା ବେଳେ ଋଦ୍ଧିମାନ ସାହା ୪ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଖାତା ଖୋଲି ପାରି ନଥିଲେ। ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ସହିତ ଭାରତର ଦ୍ୱିତୀୟ ଇନିଂସ ଶେଷ ହୋଇଥିଲା। ସେ ୧ ରନ୍ କରିଥିବା ବେଳେ ଉମେଶ ଯାଦବ ୪ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୪ଟି ୱିକେଟ୍ ନେଇଛନ୍ତି। ସେ ପୃଥ୍ୱୀ ଶ’, ଯଶପ୍ରୀତ ବୁମ୍ରା, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ଜୋଶ ହେଜେଲଉଡ୍ ୫ଟି ୱିକେଟ୍ ନେଇଛନ୍ତି। ମୟଙ୍କ ଅଗ୍ରୱାଲ, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସେ ଆଉଟ୍‌ କରିଛନ୍ତି।

ଭାରତ ପ୍ରଥମ ଇନିଂସ୍‌ରେ ୨୪୪ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୬ ରନ୍ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ ୧୯୧ ରନ୍ କରିଥିଲା।

The post ହୋସ୍‌ ଉଡ଼ାଇଦେଲେ ପ୍ୟାଟ୍ ଓ ଜୋଶ୍‌, ୩୬ ରନ୍‌ରେ ଅଟକିଲା ଟିମ୍ ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/3arIktc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages