ଘରକୁ ଫେରିଲେ ରେମୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

ଘରକୁ ଫେରିଲେ ରେମୋ

ମୁମ୍ବାଇ: ସୁସ୍ଥ ହେଲେ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜା। ହସ୍ପିଟାଲରୁ ଛୁଟି ମିଳିବା ପରେ ସେ ଘରକୁ ଫେରିଛନ୍ତି । ହୃଦଘାତ କାରଣରୁ ସେ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ପୂର୍ବାପେକ୍ଷା ସେ ସୁସ୍ଥ ଅଛନ୍ତି । ଏନେଇ ସେ ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି ।

ସୋଶାଲ ମିଡିଆରେ ରେମୋ ଏକ ସ୍ଲୋ ମୋଶନ ଭିଡିଓ ଶେଆର କରିଛନ୍ତି । ଏଥିରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିବା ପରେ ଅନେକ ଗୁଡିଏ ବେଲୁନ ସହ ସ୍ୱାଗତ କରାଯାଇଛି। ଏଥିସହ ବ୍ୟାକଗ୍ରାଉଣ୍ଡ ଗଣପତି ବାପାଙ୍କ ଗୀତ ମଧ୍ୟ ଶୁଣିବାକୁ ମିଳିଛି। ହସ୍ପିଟାଲରୁ ଡିସଚାର୍ଜ ପରେ ବେଶ ଖୁସି ଅଛନ୍ତି ରେମୋ। ସେ ନାଚି ନାଚି ସମସ୍ତ ଶୁଭାକାଂକ୍ଷିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସୋଶାଲ ମିଡିଆରେ ରେମୋଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ରେମୋଙ୍କୁ ଫିଟ ଆଣ୍ଡ ଫାଇନ ଦେଖିବା ପାଇଁ ଚାହୁଁଛନ୍ତି ।

 

View this post on Instagram

 

A post shared by Remo Dsouza (@remodsouza)


ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ରେମୋଙ୍କୁ ହାର୍ଟ ଆଟାକ ହୋଇଥିଲା। ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏହାପରେ ରେମୋଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲେର ଜଣଙ୍କ ପରେ ଜଣେ ବି-ଟାଉନ ସେଲିବ୍ରିଟି ପହଞ୍ଚିଥିଲେ। କୋରିଓଗ୍ରାଫର ଧର୍ମେଶଙ୍କ ଠାରୁ ଆରମ୍ଭ କରି ନବ ବିବାହିତ ପୁନିତ ପାଠକ ଏବଂ ତାଙ୍କ ପତ୍ନୀ, ଅହମଦ ଖାନ, ଆମିର ଅଲ୍ଲି, ରାହୁଲ ଦେବ ଏବଂ ସଲମାନ ୟୁସୁଫ ଖାନ ତାଙ୍କୁ ହସ୍ପିଟାଲରେ ସାକ୍ଷାତ କରିଥିଲେ।

The post ଘରକୁ ଫେରିଲେ ରେମୋ appeared first on Odisha Reporter.



from Odisha Reporter https://ift.tt/37u7ANo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages