ନୂଆଦିଲ୍ଲୀ: କରୋନା ମୁକାବିଲା ସହିତ ଟିକା ବାବଦରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ସର୍ବଦଳୀୟ ବୈଠକରେ ସଂସଦର ଉଭୟ ସଦନର ଦଳୀୟ ନେତା ଉପସ୍ଥିତ ରହିବେ। କରୋନା ପାଇଁ ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ ହେବ। ଓଡ଼ିଶାର ଶାସକ ଦଳ ବିଜୁ ଜନତା ଦଳ ତରଫରୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେବେ ବୋଲି ସୂଚନା ରହିଛି।
ନିକଟରେ କରୋନା ବାବଦରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ତିନିଟୋ ରାଜ୍ୟରେ ଥିବା ଟିକା ଗବେଷଣା କେନ୍ଦ୍ରର ସମୀକ୍ଷା ମଧ୍ୟ କରିଥିଲେ। ଏହାପରେ ବିଭିନ୍ନ ଦଳର ନେତାଙ୍କ ସହିତ ବୈଠକ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ।
ଏହି ବୈଠକ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। କାରଣ କରୋନା ଟିକାକୁ ନେଇ ସରକାରଙ୍କ ଦୋମୁହାଁ ନୀତି ସାମ୍ନାକୁ ଆସିଛି। ବିରୋଧୀ ଦଳ କଂଗ୍ରେସ ଟିକାକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବଙ୍କ ମନ୍ତବ୍ୟ ଦୁଇଟି ଅଲଗା ଅଲଗା ଦିଗ ଥିବା ଦର୍ଶାଇଛି। ତେବେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଚ ହେବା ଦରକାର ବୋଲି ଓ୍ୱାଏନାଡ ସାଂସଦ ରାହୁଲ୍ ଗାନ୍ଧୀ ଦାବି କରିଛନ୍ତି।
କେଉଁ ଦଳରୁ କିଏ ଯୋଗ ଦେବେ ?
ଏହି ବୈଠକରେ ବିଜୁ ଜନତା ଦଳରୁ ଚନ୍ଦ୍ରଶେଖର ସାହୁ, କଂଗ୍ରେସରୁ ଅଧୀର ରଂଜନ ଚୌଧୁରୀ ଏବଂ ଗୁଲାମ ନବୀ ଆଜାଦ। ଟିଏମସିରୁ ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡେରେକ ଓ ’ବ୍ରେନ୍। ଜେଡିଏସରୁ ଏଚଡି ଦେବଗୌଡ଼ା। ଏନସିପିରୁ ଶରଦ ପାୱାର। ଆମ୍ ଆଦମୀ ପାର୍ଟିରୁ ସଞ୍ଜୟ ସିଂ। ଏଆଇଏଡିଏମକେ ରୁ ନବନୀତ କ୍ରିଷ୍ନା। ଡିଏମକେରୁ ଟିଆର ବାଲୁ ଏବଂ ତିରୁଚି ଶିଭା। ଟିଡିପିରୁ ଜୟ ଗାଲା। ଓ୍ୱାଇଏସଆରସିପିରୁ ବିଜୟା ରେଡ୍ଡୀ ଏବଂ ମିଡୁନ୍ ରେଡ୍ଡୀ। ଟିଆରଏସରୁ ନାଗେଶ୍ୱର ରାଓ। ସମାଜବାଦୀ ପାର୍ଟିରୁ ରାମ ଗୋପାଳ ଯାଦବ। ଆରଜେଡିରୁ ପ୍ରେମ ଚନ୍ଦ୍ର ଗୁପ୍ତା। ଏଲଜେପିରୁ ଚିରାଗ ପାଶୱାନ୍। ଅକାଳୀ ଦଳରୁ ସୁଖବୀର ସିଂ ବାଦଲ। ବିଏସପିରୁ ସତୀଶ ମିଶ୍ର। ଏଆଇଏମଆଇଏମରୁ ଇମତିଆଜ୍ ଜାଲିଲ୍। ଶିବସେନାରୁ ବିନୟକ ରାଉତ। ଜେଡିୟୁରୁ ଆରସିପି ସିଂ।
The post ଆଜି କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ appeared first on Odisha Reporter.
from Odisha Reporter https://ift.tt/36E7typ
No comments:
Post a Comment