ମେଷ: ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ, ଯାହା ଫଳରେ ମନ ଖୁସି ରହିବ।
ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।
ବୃଷ:ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ।
ମିଥୁନ:ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ, ଧନହାନୀ, ପ୍ରାଣପୀଡା ଦେଖା ଦେବ। ନିଜର ଲୋକମାନେ ପରୋକ୍ଷରେ ବିଶ୍ୱାସଘାତକତା କରିବେ।
ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ମତଭେଦ ଦେଖା ଦେଇପାରେ।
କର୍କଟ:ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। ବିଳମ୍ବ ହେଉଥିବା କାର୍ଯ୍ୟଟି ନିର୍ବିଘ୍ନରେ ସମ୍ପନ୍ନ ହେବ। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ।
ସିଂହ:ବକେୟା ଅର୍ଥ ହସ୍ତଗତ ହେବ, ଯାହା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ମନ ପ୍ରଫୁଲ୍ଲ ରହିବ।
କନ୍ୟା:ପ୍ରତ୍ୟେକଟି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ଲାଭ କରିବେ।
କିନ୍ତୁ ଯାତ୍ରାର କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
ତୁଳା: ପରିବାରରେ ଭାତୃ ସମ୍ପର୍କ ନିବିଡ ହେବ ଓ ସୁଖଶାନ୍ତି ବିରାଜମାନ କରିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିବେ।
ବିଛା:କୌଣସି ଜମିଜମା ସମସ୍ୟା ମଧ୍ୟରେ ପଡି ଯାଇପାରନ୍ତି। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ।
ନିର୍ମାଣଧୀନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ।
ଧନୁ:ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ, ତେଣୁ ଜଗି ରଖି ଚଳନ୍ତୁ। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ, ଘାତ-ପ୍ରତିଘାତ ଦେଖା ଦେବ। ସନ୍ତାନମାନଙ୍କ ବିଶୃଙ୍ଖଳା ଆଚରଣରେ ଦୁଃଖିତ ମର୍ମାହତ ହେବେ।
ମକର: ଦାମ୍ପତ୍ୟ ଜୀବନ ସରସ ସୁନ୍ଦର, ମଧୁମୟ ହେବ। ଅଟକ ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସଫଳତା ପାଇବେ।
କୁମ୍ଭ: ଗୁପ୍ତଶତ୍ରୁମାନେ ପରାଜିତ ହେବେ, ଯାହାଫଳରେ ମାନସିକ ଶାନ୍ତି ଲାଭ କରିବେ।ବନ୍ଧୁ ଓ ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଆମଦାନୀ, ରପ୍ତାନୀ କାରବାରରେ ଲାଭବାନ ହେବେ।
ମୀନ: ଆର୍ଥିକ ଓ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି।
ଆଣ୍ଠୁ, ଅଣ୍ଟା, ପେଟ, କିମ୍ବା ପାଦରେ ପୀଡା ଅନୁଭବ କରିପାରନ୍ତି।
The post ୪ ଡିସେମ୍ବର, ଶୁକ୍ରବାର:ପାରିବାରିକ ଜୀବନ ସୁଖମୟ ହେବ appeared first on Odisha Reporter.
from Odisha Reporter https://ift.tt/36BQBYU
No comments:
Post a Comment