କଡ଼ାକଡ଼ି ହେବ ଲର୍ଣ୍ଣର ଡିଏଲ ଟେଷ୍ଟ, ଦେବାକୁ ପଡ଼ିବ ୨୦ ପ୍ରଶ୍ନର ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

କଡ଼ାକଡ଼ି ହେବ ଲର୍ଣ୍ଣର ଡିଏଲ ଟେଷ୍ଟ, ଦେବାକୁ ପଡ଼ିବ ୨୦ ପ୍ରଶ୍ନର ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ(ଏଲଏଲ) ସେବାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀକୁ ଆହୁରି କଡ଼ାକଡ଼ି କରାଯାଇଛି।

ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସରଳୀକରଣ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ ସୁଦ୍ଧା ଏ ପ୍ରକ୍ରିୟା ସରିବ। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ପରିଚାଳନା କରିବେ।

ସେହିଭଳି ପରୀକ୍ଷାର ମାନ ବୃଦ୍ଧି କରାଯିବ। ଏଲ୍‌ଏଲ୍‌ରେ ପୂର୍ବରୁ ୧୦ଟି ପ୍ରଶ୍ନ ପଚରା ଯାଉଥିବା ବେଳେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପ଼ଡ଼ିବ । ସେହିଭଳି କମ୍ପୁଟରର ମାଉସ ବଦଳରେ ଟଚ୍ ସ୍କ୍ରିନ୍ ସୁବିଧା ରହିବ।  ଲର୍ଣ୍ଣର ଲାଇସେନ୍ସ ସେଣ୍ଟରରେ ପ୍ରାର୍ଥୀଙ୍କ ସୁବିଧା ଓ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।

The post କଡ଼ାକଡ଼ି ହେବ ଲର୍ଣ୍ଣର ଡିଏଲ ଟେଷ୍ଟ, ଦେବାକୁ ପଡ଼ିବ ୨୦ ପ୍ରଶ୍ନର ଉତ୍ତର appeared first on Odisha Reporter.



from Odisha Reporter https://ift.tt/2WtANlh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages