କୋଲକାତା: ବିଜେପିରେ ଯୋଗ ଦେବା ପାଇଁ ଟିଏମସିରୁ ଇସ୍ତଫା ଦେବେ ବୋଲି କହିଥିଲେ ଆସୋନସୋଲ ବିଧାୟକ ଜିତେନ୍ଦ୍ର ତିଓ୍ୱାରୀ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଅବସରରେ ସେ ବିଜେପିରେ ସାମିଲ୍ ହେବେ ବୋଲି ପାଗ ଭିଡ଼ିଥିଲେ। ହେଲେ ଏବେ କିନ୍ତୁ ସେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଛନ୍ତି। ଏହି ଟିଏମସି ନେତା ବିଜେପିର ପଦ୍ମ ପୋଖରୀରେ ବୁଡ଼ ପକାଇବେ ବୋଲି ମମତାଙ୍କ ନେତୃତ୍ୱ ବିରୋଧରେ ଅସନ୍ତୋଷ ଜାହିର କରିସାରିଛନ୍ତି।
ସୂଚନାଯୋଗ୍ୟ, ଟିଏମସିକୁ ବାଏ ବାଏ କହିବାକୁ ଯାଉଛନ୍ତି ବୋଲି ଜିତେନ୍ଦ୍ର କହିଥିଲେ। ହେଲେ ଏହାପୂର୍ବରୁ ଟିଏମସି ନେତା ଅରୂପ ବିଶ୍ୱାସଙ୍କ ସହ କଥା ହୋଇଥିଲେ। ଏହି ବୈଠକରେ ଟିଏମସିର ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଉପସ୍ଥିତ ଥିଲେ। ତେବେ ମମତାଙ୍କ ଉପରେ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିପାଇଁ ଜିତେନ୍ଦ୍ର କ୍ଷମା ମାଗିଥିବା ଜଣାପଡ଼ିଛି।
ତେବେ ଜିତେନ୍ଦ୍ର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ପଛର ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି। ଜିତେନ୍ଦ୍ର ତିଓ୍ୱାରୀ ଆସନସୋଲ ଜିଲ୍ଲା ପଣ୍ଡଭେଶ୍ୱରର ବିଧାୟକ। ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ବିଜେପିର ଆସୋନସୋଲ ସାଂସଦ ବାବୁଲ ସୁପ୍ରିୟୋ ବିରୋଧ କରିଥିଲେ। ନିଜ ଫେସବୁକ ପେଜରେ ସେ ଲେଖିଛନ୍ତି ‘ମୁଁ ଜାଣିନି ମୋର ଉପରିସ୍ଥ ଅଧିକାରୀ କଣ ନିଷ୍ପତ୍ତି ନେଇଛନ୍ତି। ହେଲେ ଯିଏ ବିଜେପିର ତୃଣମୂଳ ସ୍ତରର କର୍ମୀଙ୍କୁ ମାନସିକ ନିର୍ଯାତନା ସହିତ ଶାରୀରିକ ଆକ୍ରମଣ କରିଛି ସେଭଳି ନେତାକୁ ଦଳରେ ସାମିଲ ହେବାକୁ ନେଇ ମୁଁ ବିରୋଧ କରିବି’। ଆସନସୋଲରେ ବିଜେପି ତୃଣମୂଳ ସ୍ତରରେ ରହିଛି। ଏଭଳି ନେତାଙ୍କ ପାଇଁ ଦଳୀୟ କର୍ମୀ ସୁନିଶ୍ଚିତ ରୁହନ୍ତୁ’।
The post ପ୍ରଥମେ ଅସନ୍ତୋଷ ଜାହିର କଲେ, ଏବେ କ୍ଷମା ମାଗିଲେ appeared first on Odisha Reporter.
from Odisha Reporter https://ift.tt/2WuwhTK
No comments:
Post a Comment