୨୪୪ରେ ଭାରତ ଅଲ୍‌ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

୨୪୪ରେ ଭାରତ ଅଲ୍‌ଆଉଟ୍‌

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତ ୨୪୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୬ ୱିକେଟ୍ ହରାଇ ୨୩୩ ରନ୍ କରିଥିବା ବେଳେ ଆଜି ୧୧ ରନ୍‌ କରି ବାକି ସବୁ ୱିକେଟ୍ ହରାଇଛି।

ଗତକାଲିଠାରୁ ଯଥାକ୍ରମ ୯ ଓ ୧୫ ରନ୍ କରି କ୍ରିଜ୍‌ରେ ଥିବା ଋଦ୍ଧିମାନ ସାହା ଓ ରବିଚନ୍ଦ୍ରନ ଅଶ୍ୱିନ ଆଜି ସେମାନଙ୍କ ଖାତାରେ ଏକ ରନ୍ ବି ଯୋଡ଼ି ପାରି ନଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଟିମ୍ ପାଇନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଋଦ୍ଧିମାନ। ସେହିପରି ପ୍ୟାଟ୍ କମିନ୍ସଙ୍କ ବଲରେ ଟିମ୍ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଅଶ୍ୱିନ।

ଉମେଶ ଯାଦବ ୧୩ଟି ବଲ୍‌ରୁ ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ମହମ୍ମଦ ଶାମି ଖାତା ଖୋଲି ପାରି ନଥିଲେ। ସେ ପ୍ୟାଟ୍ କମିନ୍ସଙ୍କ ବଲରେ ଟ୍ରାଭିସ୍ ହେଡ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ପ୍ରଥମ ଦିନରେ ବିରାଟ କୋହଲି ସର୍ବାଧିକ ୭୨ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩, ଆଜିଙ୍କ୍ୟ ରାହାଣେ ୪୨, ମୟଙ୍କ ଅଗ୍ରୱାଲ ୧୭ ଓ ହନୁମା ବିହାରୀ ୧୬ ରନ୍ କରିଛନ୍ତି। ପୃଥ୍ୱୀ ଶ’ ଶୂନରେ ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ପ୍ୟାଟ୍‌ କମିନ୍ସ ୩ଟି ୱିକେଟ୍ ନେଇଛନ୍ତି। ନାଥନ ଲାୟନ ଏବଂ ଜୋଶ୍‌ ହାଜେଲ୍‌ଉଡ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।

ଭାରତ ଅଲ୍‌ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି।

The post ୨୪୪ରେ ଭାରତ ଅଲ୍‌ଆଉଟ୍‌ appeared first on Odisha Reporter.



from Odisha Reporter https://ift.tt/3ajGlXG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages