ଏହି ସଂଯୋଗ କହୁଛି ଭାରତ ହାରିବନି ମେଲବର୍ଣ୍ଣ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ଏହି ସଂଯୋଗ କହୁଛି ଭାରତ ହାରିବନି ମେଲବର୍ଣ୍ଣ ଟେଷ୍ଟ

ମେଲବର୍ଣ୍ଣ: ଆଡିଲେଡ୍ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ଖେଳାଯାଉଥିବା ୨ୟ ମୁକାବିଲାରେ ଟିମ୍ ଇଣ୍ଡିଆ ଜବରଦସ୍ତ କମବ୍ୟାକ୍ କରିଛି। ମେଲବର୍ଣ୍ଣ ଟେଷ୍ଟରେ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ କରି ଅଲଆଉଟ୍ ହୋଇଛି। ରାହାଣେ ୧୧୨ ରନର ଇନିଂସ୍ ଖେଳି ରନଆଉଟ୍ ହୋଇଛନ୍ତି। କିନ୍ତୁ ତାଙ୍କର ଏହି ଶତକୀୟ ଇନିଂସ୍ ଭାରତକୁ ବିଜୟକୁ ନିଶ୍ଚିତ କରିଦେଇଛି। ଏହା ଆମେ କହୁନୁ, ରାହାଣେଙ୍କ ରେକର୍ଡ କହୁଛି। ରାହାଣେ ଯେବେବି ଶତକ ମାରିଛନ୍ତି, ଭାରତ କେବେବି ପରାଜୟର ମୁହଁ ଦେଖିନାହିଁ।

ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟରେ ରାହାଣେ କ୍ୟାରିୟରର ଦ୍ୱାଦଶ ଶତକ ମାରିଛନ୍ତି। ଏହା ପୂର୍ବରୁ ରାହାଣେ ୧୧ଟି ଶତକ ମାରିଥିଲେ। ତାଙ୍କର ସେହି ୧୧ଟି ଶତକ ମଧ୍ୟରୁ ଭାରତ ୭ଟିରେ ବିଜୟ (ଗୋଟିଏ ମ୍ୟାଚରେ ଦୁଇଟି ଶତକ ଅର୍ଥାତ୍ ୭ଟି ମ୍ୟାଚରେ ୮ ଶତକ) ହାସଲ କରିଛି। ସେହିପରି ତାଙ୍କର ଶତକୀୟ ଇନିଂସ୍ ମଧ୍ୟରେ ଭାରତ ତିନୋଟି ଟେଷ୍ଟ ଡ୍ର’ କରିଛି। ତେଣୁ ରାହାଣେ ଯେଉଁ ମ୍ୟାଚରେ ବି ଶତକ ମାରିଛନ୍ତି, ସେହି ମ୍ୟାଚରେ ଭାରତ ହାରିନାହିଁ। ତେଣୁ ଏହି ସଂଯୋଗ କହୁଛି, ଭାରତ ମେଲବର୍ଣ୍ଣ ଟେଷ୍ଟରେ ମଧ୍ୟ ହାରିବ ନାହିଁ।

ସୂଚନାଯୋଗ୍ୟ, ରାହାଣେ ବକ୍ସିଂ ଡେ’ ଟେଷ୍ଟରେ ୧୧୨ ରନ୍ କରି ରନଆଉଟ୍ ହୋଇଥିଲେ। ସେ ନିଜର ଏହି ମାରାଥନ ଇନିଂସରେ ୨୨୩ ବଲର ସାମ୍ନା କରି ୧୨ ଚୌକା ମାରିଛନ୍ତି। ରାହାଣେଙ୍କୁ ଭରପୂର ସହଯୋଗ କରିଥିଲେ ରବୀନ୍ଦ୍ର ଜାଡେଜା। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୨୧ ରନର ପାର୍ଟନରଶିପ୍ କରିଥିଲେ। ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ୧୩୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନ୍ କରି ଅଲଆଉଟ୍ ହୋଇଥିଲା।

ରାହାଣେଙ୍କ ଶତକୀୟ ଇନିଂସ୍
୧୧୮ ବନାମ ନ୍ୟୁଜିଲ୍ୟାଣ୍ଡ, ୱେଲିଂଟନ୍ (ମ୍ୟାଚ୍ ଡ୍ର’)
୧୦୩ ରନ୍ ବନାମ ଇଂଲଣ୍ଡ, ଲର୍ଡ୍ସ (ଭାରତ ବିଜୟୀ)
୧୪୭ ରନ୍ ବନାମ ଅଷ୍ଟ୍ରେଲିଆ, ମେଲବର୍ଣ୍ଣ (ମ୍ୟାଚ୍ ଡ୍ର’)
୧୨୬ ରନ୍ ବନାମ ଶ୍ରୀଲଙ୍କା, କଲେମ୍ବା (ଭାରତ ବିଜୟୀ)
୧୨୭ ଓ ୧୦୦* ରନ୍ ବନାମ ଦକ୍ଷିଣ ଆଫ୍ରିକା, ଦିଲ୍ଲୀ (ଭାରତ ବିଜୟୀ)
୧୦୯* ରନ୍ ବନାମ ୱେଷ୍ଟଇଣ୍ଡିଜ୍, କିଙ୍ଗଷ୍ଟନ୍ (ମ୍ୟାଚ୍ ଡ୍ର’)
୧୮୮ ରନ୍ ବନାମ ନ୍ୟୁଜିଲ୍ୟାଣ୍ଡ, ଇନ୍ଦୋର (ଭାରତ ବିଜୟୀ)
୧୩୨ ରନ୍ ବନାମ ଶ୍ରୀଲଙ୍କା, କଲମ୍ବୋ (ଭାରତ ବିଜୟୀ)
୧୦୨ ରନ୍ ବନାମ ୱେଷ୍ଟଇଣ୍ଡିଜ୍, ନର୍ଥ ସାଉଣ୍ଡ (ଭାରତ ବିଜୟୀ)
୧୧୫ ରନ୍ ବନାମ ଦକ୍ଷିଣ ଆଫ୍ରିକା, ରାଞ୍ଚି (ଭାରତ ବିଜୟୀ)

The post ଏହି ସଂଯୋଗ କହୁଛି ଭାରତ ହାରିବନି ମେଲବର୍ଣ୍ଣ ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/3aKVaCT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages