ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ, ଚାଲିଛି ରେଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ, ଚାଲିଛି ରେଡ

କଳାହାଣ୍ଡି/ପଦ୍ମପୁର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ସୋନପୁର ଜିଲ୍ଲାର ଜଣେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିବା ବେଳେ ଏବେ ପୁଣି ଭିଜିଲାନ୍ସ ଜାଲ୍‌ରେ ପଡ଼ିଛନ୍ତି ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଏହାବ୍ୟତୀତ ଜଣେ ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ମଧ୍ୟ ହୋଇଛି ଭିଜିଲାନ୍ସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ସମେତ ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ ପିଇଓ ଓ ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ଉମା ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ହୋଇଛି ଏହି ଚଢ଼ାଉ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍‌ରେ ରେଡ୍ କରାଯାଇଛି।

ସେହିପରି, ସମାନ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ PEO ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଲପାଲି ପଞ୍ଚାୟତର PEO ପାଣ୍ଡବ ନନ୍ଦଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।  କଲଙ୍ଗାସ୍ଥିତ ବାସଭବନ ସମେତ ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ  ହୋଇଥିଲା ଭିଜିଲାନ୍ସ ରେଡ।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଛି। ସନ୍ତୋଷ କୁମାରଙ୍କ ନାଁରେ ଏକାଧିକ ଘର, ଜମି, ଯାନବାହନ ଥିବା ଅଭିଯୋଗ ହୋଇଛି । ଏହାକୁ ଆଧାର କରି ଭିଜିଲାନ୍ସ ଯାଞ୍ଚ କରୁଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛନ୍ତି ।

The post ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ, ଚାଲିଛି ରେଡ appeared first on Odisha Reporter.



from Odisha Reporter https://ift.tt/3rwonY4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages