ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦିଗପହଣ୍ଡି ମୁଖ୍ୟ ରାସ୍ତା ପାର୍ଶ୍ୱରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ। ମୃତ ବ୍ୟକ୍ତିଙ୍କ ମୁହଁରେ ପଲିଥିନ୍ ଗୋଡ଼ା ଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ମୁଖ୍ୟ ରାସ୍ତାର ବାଘଝରି ଗାଁ ପାର୍ଶ୍ଵ କଲବର୍ଟ ତଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରିଛି। ମୃତଦେହ ପାଖରୁ ପୁଲିସ ଗୋଟିଏ ବାଇକ୍ ମଧ୍ୟ ଜବତ କରିଛି। ମୃତକଙ୍କ ମୁହଁରେ ପଲିଥିନ ଗୋଡାଯାଇଥିବାରୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମାତ୍ର ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି।
The post ମୁହଁରେ ପଲିଥିନ୍ ଗୁଡ଼ାଇ ଯୁବକଙ୍କୁ ମାରି ଫିଙ୍ଗିଦେଲେ! appeared first on Odisha Reporter.
from Odisha Reporter https://ift.tt/2KcPOW3
No comments:
Post a Comment