ପାଠ ପଢ଼ାଇବାକୁ ଡାକି ୫ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲେ ପ୍ରଧାନଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 16, 2020

ପାଠ ପଢ଼ାଇବାକୁ ଡାକି ୫ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲେ ପ୍ରଧାନଶିକ୍ଷକ

ହାଇଦ୍ରାବାଦ: ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବୁଧବାର ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। କରୋନା ପାଇଁ ସ୍କୁଲ୍ ବନ୍ଦ ରହିଛି। ହେଲେ ଅନଲାଇନରେ ପାଠ ପଢ଼ା ଚାଲିଛି। ଆଉ ଏହାର ଫଇଦା ନେବାକୁ ଯାଇ ନାବାଳିକାଙ୍କ ସହ ପ୍ରଧାନ ଶିକ୍ଷକ ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରେ ଅଭିଭାବକ ମାନେ ଏତଲା ଦେବା ପରେ ପୁଲିସ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ୍ କରିଛି। ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାର ଲକ୍ଷ୍ମୀଦେବୀପଲାଇ ମଣ୍ଡଳର ପ୍ରଧାନଶିକ୍ଷକଙ୍କ ନାଁରେ ଏହି କୁତ୍ସିତ କାରନାମା ଅଭିଯୋଗ ରହିଛି।

ସ୍କୁଲ ପ୍ରଧାନଶିକ୍ଷକଙ୍କ ବୟସ ୪୦। ଛାତ୍ରୀଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଅନଲାଇନରେ ପାଠ ପଢ଼ାଯାଉଥିଲା। ହେଲେ ଛାତ୍ରୀଙ୍କ ଘରେ ସ୍ମାର୍ଟ ଫୋନ୍ ନଥିଲା। ତେଣୁ ପାଠ ପଢ଼ାଇବା ପାଇଁ ଛାତ୍ରୀଙ୍କୁ ସ୍କୁଲକୁ ଡାକିଥିଲେ ପ୍ରଧାନଶିକ୍ଷକ ଜଣଙ୍କ। ଆଉ ଏହି ସମୟରେ ପ୍ରଧାନ ଶିକ୍ଷକ ଜଣଙ୍କ ପାଠ ପଢ଼ାଇବା ନାଁରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଅଗଷ୍ଟରୁ ନଭେମ୍ୱର ମଧ୍ୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଛାତ୍ରୀ ମାନଙ୍କ ବୟସ ୧୨ ବର୍ଷ ଭିତରେ ଥିବା ଜଣାପଡ଼ିଛି।

ମଙ୍ଗଳବାର ୫ ନାବାଳିକା ଛାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ଅଭିଭାବକ ମାନେ ଏକଜୁଟ ହୋଇ ପ୍ରଥମେ ଅଭିଯୁକ୍ତ ୪୦ ବର୍ଷୀୟ ପ୍ରଧାନ ଶିକ୍ଷକଙ୍କୁ ନିର୍ଘାତ୍ ଛେଚି ଥିଲେ। ପରେ ପୁଲିସ ଜାଣିବା ପରେ ଗିରଫ କରିଛି। ଏବେ ସଂପୃକ୍ତ ଶିକ୍ଷକକୁ ବହିସ୍କାର କରିବା ପାଇଁ ଅଭିଭାବକ ଦାବି କରିଛନ୍ତି।

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ କରୁଛି। ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ତାହା ଆଦିବାସୀ ବହୁଳ ଏରିଆ। ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

The post ପାଠ ପଢ଼ାଇବାକୁ ଡାକି ୫ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲେ ପ୍ରଧାନଶିକ୍ଷକ appeared first on Odisha Reporter.



from Odisha Reporter https://ift.tt/38cUiDX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages