ଆକଳନଠୁ ଭଲ ଦେଶର ଅର୍ଥନୀତି, ଅଭିବୃଦ୍ଧି ହାର -୭.୫% ରହିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ଆକଳନଠୁ ଭଲ ଦେଶର ଅର୍ଥନୀତି, ଅଭିବୃଦ୍ଧି ହାର -୭.୫% ରହିବ!

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ମୁଦ୍ରାସ୍ପୀତି ବୈଠକର ନିଷ୍ପତ୍ତି ଘୋଷଣା କରିଛି। ତୃତୀୟ ଥର ପାଇଁ ଆରବିଆଇ ରେପୋ ରେଟ୍ ଏବଂ ରିଭର୍ସ ରେପୋରେଟ୍ ଅପରିବର୍ତ୍ତିତ ରଖିଛି। ରେପୋରେଟ ୪ ପ୍ରତିଶତ ରହିଥିବା ବେଳେ ରିଭର୍ସ ରେପୋରେଟ ୩.୫% ରହିଛି। ୨୦୨୦-୨୧ରେ ଅଭିବୃଦ୍ଧି ହାର -୭.୫% ରହିବ ବୋଲି ଆରବିଆଇ ଅନୁମାନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ଶକ୍ତିକାନ୍ତ କହିଛନ୍ତି, ଗାଁ ଏବଂ ସହରରେ ଅର୍ଥନୀତିରେ ସୁଧାର ହେଉଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଗ୍ରାମାଞ୍ଚଳ ଅର୍ଥନୀତିରେ ସୁଧାର ଆସିବ ବୋଲି ସେ ଆଶା ରଖିଛନ୍ତି। ଯେପର୍ଯ୍ୟନ୍ତ ଦେଶର ଅର୍ଥନୀତି ମାଇନସରୁ ନହଟିବ ସେପର୍ଯ୍ୟନ୍ତ ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଅଭିବୃଦ୍ଧି ନିକଟରେ ପ୍ରକାଶ ପାଇଥିଲା। ଜୁଲାଇ ମାସରୁ ସେପ୍ଟେମ୍ୱର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୫% ପ୍ରତିଶତ ଖସିଛି। ଗତ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୪.୪% ରହିଥିଲା।

ପ୍ରଥମ ତ୍ରୟମାସରେ ଏହି ଅଭିବୃଦ୍ଧି ହାର ୨୩.୯% ଖସିଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକଡାଉନ୍ ଏବଂ ଶଟଡାଉନ୍ ରହିଥିଲା। ତେଣୁ ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ହାର -୨୩.୯% ରହିଥିଲା। ତେବେ ଲକଡାଉନ୍ ହଟିବା ପରେ ବି ସ୍ଥିତିରେ ସୁଧାର ଆସିନାହଁ। ତେଣୁ ଅଭିବୃଦ୍ଧି ହାର ଟିକିଏ ଅଧିକ ଖରାପ ହେବ ଆକଳନ କରାଯାଉଥିଲା। କିନ୍ତୁ  -୭.୫% ଖସିବା ଟିକିଏ ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।

The post ଆକଳନଠୁ ଭଲ ଦେଶର ଅର୍ଥନୀତି, ଅଭିବୃଦ୍ଧି ହାର -୭.୫% ରହିବ! appeared first on Odisha Reporter.



from Odisha Reporter https://ift.tt/3qzORaT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages