ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର): ଗତ ୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ହାଜତରେ ତାରିକ୍ ସଲିମ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକେ ସିଧାସଳଖ ପୁଲିସ୍କୁ ଦାୟୀ କରିଥିଲେ। ନ୍ୟାସନାଲ ହ୍ୟୁମ୍ୟାନ୍ ରାଇଟସ୍ କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏ ଯାଏ ପୁଲିସ୍ କାହାକୁ ଗିରଫ କରି ନାହିଁ। ପୁଅକୁ ହରାଇଥିବା ପରିବାର ଲୋକ ନ୍ୟାୟ ଅପେକ୍ଷାରେ ବସି ରହିଥିବା ବେଳେ ସେମାନଙ୍କ ଆଶା ଦିନକୁ ଦିନ ମଉଳିବାରେ ଲାଗିଛି। ଅଭିଯୁକ୍ତକୁ ଧରିବାରେ ପୁଲିସ୍ର ଉଦାସୀନତା ପ୍ରତିବାଦରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ଵରେ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି I
କଂଗ୍ରେସ କର୍ମୀମାନେ ବୀରମିତ୍ରପୁର ଥାନା ସମ୍ମୁଖରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି I ଦୋକାନ ବଜାର, ଗାଡିମୋଟର ସବୁ ବନ୍ଦ ରହିଛି । ହାଜତ ମୃତ୍ୟୁ ଘଟଣାରେ ପୁଲିସ୍ ପ୍ରଶାସନ ଓ ରାଜ୍ୟ ସରକାର କାହିଁକି ଚୁପ୍ ବୋଲି କହିଛନ୍ତି ଜର୍ଜ ।
ସୂଚନାଯୋଗ୍ୟ, କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ବୀରମିତ୍ରପୁର ପୁଲିସ ତାରିକ୍ ସଲିମଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଥିଲା । ତେବେ ହାଜତରେ ତାରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।
The post ଆଜି ୧୨ ଘଣ୍ଟା ବନ୍ଦ ରହିବ ଏହି ସହର appeared first on Odisha Reporter.
from Odisha Reporter https://ift.tt/3ly24Nz
No comments:
Post a Comment