ଓ୍ୱାଶିଂଟନ: ଜୁନ୍ ୧୫-୧୬ରେ ଗୁଲଓ୍ୱାନ ଉପତ୍ୟକାରେ ଚାଇନା ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ଆମେରିକାର ଏକ ପ୍ରମୁଖ କମିଟି ଏହି ପର୍ଦ୍ଦାଫାସ୍ କରିଛି। ସେଦିନ ରାତିରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ଚାଇନାର ପିଏଲଏ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ପିଏଲଏର ମଧ୍ୟ ୩୦ରୁ ୪୦ ସେନା ନିହତ ହୋଇଥିବା ସୂଚନା ରହିଛି। ଏବେ ଚାଇନା ଏଭଳି କରିବା ପଛର ପ୍ରକୃତ ଉଦ୍ଦେଶ୍ୟକୁ ଆମେରିକାର ଏକ ପ୍ରମୁଖ କମିଟି ପଦାରେ ପକାଇଛି।
ୟୁନାଇଟେଡ ଷ୍ଟେଟସ-ଚାଇନା ଇକୋନମିକ ଏବଂ ସିକ୍ୟୁରିଟି ରିଭ୍ୟୁ କମିଶନ କହିଛି ଯେ, ଗୁଲଓ୍ୱାନରେ ଚାଇନା କୌଣସି ପଦକ୍ଷେପ ନେବା ପାଇଁ ଯୋଜନା କରିଥିଲା। ହେଲେ ନିଜ ଯୋଜନାରେ ଚାଇନା ଫଶିଯାଇଛି। କାରଣ ସଂଘର୍ଷର ଦୁଇ ସପ୍ତାହ ପୂର୍ବରୁ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଓ୍ୱି କହିଥିଲେ ଅସ୍ଥିତ୍ଵ ରଖିବା ପାଇଁ ହେଲେ ଲଢ଼େଇ କରିବା ଜରୁରୀ। ଆବଶ୍ୟକ ପଡ଼ିଲେ ବଳ ପ୍ରୟୋଗ କରାଯିବ ବୋଲି ସେ କହିଥିଲେ।
ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଗ୍ଲୋବାଲ ଟାଇମ୍ସରେ ଦୁଇ ସପ୍ତାହ ପୂର୍ବରୁ ପ୍ରକାଶ ପାଇଥିଲା। ଗ୍ଲୋବାଲ୍ ଟାଇମ୍ସ ହେଉଛି ଚାଇନାର ସରକାରୀ ଖବରକାଗଜ। ଯେଉଁଥିରୁ ଚାଇନାର ଉଦ୍ଦେଶ୍ୟକୁ ୟୁନାଇଟେଡ ଷ୍ଟେଟସ-ଚାଇନା ଇକୋନମିକ ଏବଂ ସିକ୍ୟୁରିଟି ରିଭ୍ୟୁ କମିଶନ ଠଉରେଇଛି। ସେଥିରେ ଆହୁରି ଲେଖାଥିଲା ଯେ ଯଦି ଆମେରିକା-ଚାଇନା ବ୍ୟବସାୟିକ ସମ୍ପର୍କ ମଧ୍ୟରେ ଭାରତ ଆସେ, ତାହେଲେ ଭାରତକୁ ହିଁ ଅଧିକ କ୍ଷତି ସହିବାକୁ ପଡ଼ିବ।
ସାଟେଲାଇଟ୍ ଚିତ୍ରରୁ ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଗୁଲଓ୍ୱାନାରେ ସଂଘର୍ଷ ପୂର୍ବରୁ ପିଏଲଏ କିଭଳି ୧୦୦୦ରୁ ଅଧିକ ସୈନିକଙ୍କୁ ଅସ୍ଥାୟୀ ଭାବରେ ନିୟୋଜିତ କରିଥିଲା। ଚାଇନା ଏବଂ ଭାରତ ମଧ୍ୟରେ ବିବାଦ ଜାରି ରହିଛି। ସି ଜିନପିଙ୍ଗ ୨୦୧୨ରେ କ୍ଷମତାକୁ ଆସିବା ପରେ ଏପର୍ଯ୍ୟନ୍ତ ସୀମାରେ ପାଞ୍ଚଟି ବଡ଼ ସଂଘର୍ଷ ଘଟିଛି ବୋଲି ଉଲ୍ଲେଖ ରହିଛି।
The post ଆମେରିକା କଲା ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ appeared first on Odisha Reporter.
from Odisha Reporter https://ift.tt/3mvYDZ4
No comments:
Post a Comment