ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଝିଅ ହତ୍ୟା ପାଇଁ ପରୀ ବାପା ମା’ ବାବୁଲି ନାୟକକୁ ହିଁ ପ୍ରଥମରୁ ଦାୟୀ କରୁଥିବା ବେଳେ SIT ଆରମ୍ଭ କରିଛି ବାବୁଲି ନାୟକଙ୍କ ମାରାଥନ ଜେରା। ଗତକାଲି SIT ଟିମ୍ ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରି ଜେରା କରି ଛାଡ଼ି ଦେଇଥିଲା । ଏହାପରେ ଆଜି ପୁଣି ଥରେ ବାବୁଲି ଓ ତାଙ୍କ ଡ୍ରାଇଭରକୁ ଜେରା ପାଇଁ ନିଆଯାଇଛି ।
କାହିଁକି ପରୀର ପରିବାରକୁ ଆକ୍ରମଣ କରିଥିଲା ବାବୁଲି, ଘଟଣା ଦିନ ବାବୁଲି ଓ ତାଙ୍କ ଡ୍ରାଇଭର ବିଜୟ ବେହେରା କେଉଁଠି ଥିଲେ ତାର ତନାଘନା କରାଯାଉଛି । ବିଜୟର ଘର ସର୍ଚ୍ଚ କରାଯିବା ସହିତ ତାକୁ ମଧ୍ୟ ଜେରା କରୁଛନ୍ତି SIT ଟିମ୍।
ଅଭିଯୁକ୍ତ ବାବୁଲି ନାୟକ ହିଁ ଝିଅକୁ ମାରି ତା’ କିଡନୀ, ଆଖି ବିକ୍ରି କରି ଦେଇଥିବା ନେଇ ପ୍ରଥମରୁ ପରୀର ବାପାମା’ ଅଭିଯୋଗ କରି ଆସୁଥିଲେ। ମାତ୍ର ନୟାଗଡ଼ ପୁଲିସ୍ ଠିକ୍ ଦିଗରେ ତଦନ୍ତ କରୁ ନ ଥିବା ଅଭିଯୋଗ ଆଣି ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ। ଏହାପରେ ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାର ତଦନ୍ତ ଭାର SITକୁ ଦିଆଯାଇଥିଲା।
The post ପରୀ ହତ୍ୟା ଘଟଣା; ବାବୁଲି ଓ ତାଙ୍କ ଡ୍ରାଇଭରଙ୍କୁ ଜେରା appeared first on Odisha Reporter.
from Odisha Reporter https://ift.tt/3orlaXm
No comments:
Post a Comment