ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ମୁତୟନ ଦୁଇ ଆଇପିଏସଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ମୁତୟନ ଦୁଇ ଆଇପିଏସଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପ୍ରତି କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଦିଲ୍ଲୀ-ହରିଆଣା ସୀମା ସିଙ୍ଘୁରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଳରେ ମୁତୟନ ଦୁଇ ଜଣ ଆଇପିଏସ ଅଫିସର ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି।

ଏହି ଦୁଇ ଆଇପିଏସ ଅଫିସର ହିଁ ପୂରା ଚାଷୀ ଆନ୍ଦୋଳନ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିର ଦାୟିତ୍ୱରେ ରହିଥିଲେ। ସେମାନଙ୍କୁ କରୋନା ହୋଇଥିବାରୁ ଅନ୍ୟମାନଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଡିସିପି ଗୌରବ ଓ ଅତିରିକ୍ତ ଡିସିପି ଘନଶ୍ୟାମ ବଂଶଲଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କୁ ଏବେ ହୋମ ଆଇସୋଲେସନରେ ରଖାଯାଇଛି। ଦୀର୍ଘ ଦୁଇ ସପ୍ତାହ ହେଲାଣି ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସିଙ୍ଘୁ ସୀମାରେ ବିପୁଳ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ଶତାଧିକ ଚାଷୀଙ୍କ ଦିଲ୍ଲୀରେ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ପୁଲିସ୍ ପକ୍ଷରୁ ଏକାଧିକ ସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ସୀମାରେ ହଜାର ହଜାର ସଂଖ୍ୟକ ଚାଷୀ ଓ ପୁଲିସ୍‌ କର୍ମଚାରୀ ଥିବାରୁ ଏଠାରେ କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା। ଏବେ ଦୁଇ ଆଇପିଏସ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେଠାରେ ଉପସ୍ଥିତ ଥିବା ଚାଷୀ ଓ ପୁଲିସ୍‌ କର୍ମଚାରୀଙ୍କ ପ୍ରତି କୋଭିଡ-୧୯ର ଭୟ ସୃଷ୍ଟି ହୋଇଛି।

The post ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ମୁତୟନ ଦୁଇ ଆଇପିଏସଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/344mxU6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages