ଗୌହାଟି: ନିର୍ବାଚନ ଆଚରଣ ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେପି ସାଂସଦ। ଟଙ୍କା ବାଣ୍ଟୁଥିବା ନେଇ ବିରୋଧୀ ଦଳର ନେତା ଅଭିଯୋଗ କରିବା ପରେ ପୁଲିସ ଗିରଫ କରିଛି। ଗିରଫ ସାଂସଦ ହେଉଛନ୍ତି ଆସାମର କୋକରାଝରର ସାଂସଦ ନବ କୁମାର ଶରନିଆ।
ବୋଡେଲ୍ୟାଣ୍ଡ ଟେରିଟୋରିଆଲ୍ କାଉନସିଲର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ ବିଜେପି ସାଂସଦ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଥିଲେ ଆସାମ ଗଣ ସୁରକ୍ଷା ପାର୍ଟିର ସଭାପତି ତଥା କୋକରାଝରର ବିଧାୟକ। ପରେ ପୁଲିସ ରାତି ଅଧରେ ସାଂସଦଙ୍କୁ ଗିରଫ କରିଥିବା ସୂଚନା ରହିଛି।
ପୁଲିସ ସାଂସଦଙ୍କ ସହିତ ତାଙ୍କର ଛଅ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ରାତି ଯାକ ଥାନାରେ ରହିବା ପରେ ବୁଧବାର ସକାଳେ କିନ୍ତୁ ସମସ୍ତେ ଜାମିନରେ ଆସିଥିଲେ। ଜାମିନ ପରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ସାଂସଦ ନବ କୁମାର।
ବିଟିସିରେ ମୋଟ୍ ୪୦ଟି ଆସନ ପାଇଁ ନିର୍ବାଚନ ହେଉଛି। ଡିସେମ୍ୱର ୭ ତାରିଖରେ ମୋଟ୍ ୧୯ଟି ଆସନ ପାଇଁ ନିର୍ବାଚନ ସରିଛି। ବାକି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଭୋଟ୍ ପଡ଼ିବ।
The post ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଜେପି ସାଂସଦ ଗିରଫ୍ appeared first on Odisha Reporter.
from Odisha Reporter https://ift.tt/3oGCtnI
No comments:
Post a Comment