ମୁମ୍ୱାଇ: ରୋଷେଇ ସିଲିଣ୍ଡର ବିସ୍ପୋରଣ କରିବାରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମହାରାଷ୍ଟ୍ର ଲାଲବାଗରେ ଆଜି ସକାଳ ୭ଟା ୪୫ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ଓ ଗୋଟିଏ ବଡ଼ ଟ୍ୟାଙ୍କର ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ଏବେ ସ୍ଥିତି ସ୍ୱାଭାବିକ ରହିଛି।
Maharashtra: Mumbai Mayor Kishori Pednekar visits King Edward Memorial (KEM) hospital to meet the people who were injured in Lalbaug area's cylinder blast today. https://t.co/Hw3DD7VgyK pic.twitter.com/DOFNkQOtl7
— ANI (@ANI) December 6, 2020
ଯେଉଁ ଘରେ ସିଲିଣ୍ଡର ବିସ୍ଫୋରଣ କରିଥିଲା ସେହି ଘରୁ ଦୀର୍ଘ ଦିନ ହେବ ଗ୍ୟାସ ଲିକ କରୁଥିବାର ସନ୍ଦେହ କରାଯାଉଥିଲା। ଏହାପରେ ଆଜି ସକାଳେ ସ୍ଥାନୀୟ ଲୋକମାନେ ଏକାଠି ହୋଇ କେଉଁଠୁ ଗ୍ୟାସ ଲିକ୍ ହେଉଛି ବୋଲି ଚର୍ଚ୍ଚା କରୁଥିବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ କରିଥିଲା। ଯେଉଁଥିରେ ପ୍ରଥମେ ୧୩ ଜଣ ପରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି।
The post ସିଲିଣ୍ଡର ଫାଟି ୨୦ରୁ ଅଧିକ ଆହତ appeared first on Odisha Reporter.
from Odisha Reporter https://ift.tt/3qyTbXC
No comments:
Post a Comment