ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରର ସ୍ୱାସ୍ଥ୍ୟାବସ୍ଥା ପଦାରେ ପଡ଼ିଛି। ରାଜ୍ୟରେ ଏଡସ ଆକ୍ରାନ୍ତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ଯୋଗୀ ସରକାର ବିଫଳ ହୋଇଛନ୍ତି ବୋଲି ଆଇସିଏମଆର ରିପୋର୍ଟରୁ ଜଣାପଡ଼ିଛି। କାରଣ ଚିକିତ୍ସା ବେଳେ ଅସୁରକ୍ଷିତ ଇଞ୍ଜେକସନ ପାଇଁ ୟୁପି ଉନ୍ନାଓରେ ଏଡସ୍ ରୋଗୀଙ୍କ ସଂଖ୍ୟା ବଢ଼ିଛି ବୋଲି ଆଇସିଏମଆର ରିପୋର୍ଟରୁ ଜଣାପଡ଼ିଛି। ୨୦୧୭-୧୮ରୁ ଏହି ସଂଖ୍ୟା ଅଧିକ ବଢ଼ିଛି ବୋଲି ରିପୋର୍ଟରେ କୁହାଯାଇଛି।
ନିକଟରେ ହଠାତ୍ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ୟୁପିର ଉନ୍ନାଓ ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟ୍ରେନିଂ ସେଣ୍ଟର (ଆଇସିଟିସି) ପାଖରେ ଥିବା ଲୋକଙ୍କ ମଧ୍ୟରେ ହଠାତ୍ ଏଚ୍ଆଇଭି ଆକ୍ରାନ୍ତ ଅଧିକ ଚିହ୍ନଟ ହୋଇଥିଲେ। ଏହାପରେ ଆଇସିଏମଆର ଅନୁଧ୍ୟାନ କରିଥିଲା।
ଆଇସିଏମଆର କହିଛି ଯେ ନଭେମ୍ବର ୨୦୧୭ ରୁ ଏପ୍ରିଲ ୨୦୧୮ ମଧ୍ୟରେ ଉନ୍ନାଓର ବଙ୍ଗରମାଉ ବ୍ଲକର ପ୍ରେମଗଞ୍ଜ, କରିମୁଦ୍ଦିନପୁର ଏବଂ ଚକମିରାପୁରରୁ ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହୋଇଥିଲା। ଯେଉଁଠି ଧିରେ ଧିରେ ଅଧିକ ହୋଇଛି ବୋଲି ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି।
ତେବେ ରକ୍ତଦାନ କରିବା ବେଳେ, ଅପରେସନ ବା ସିଜରିଂ ବେଳେ, ଟାଟୁ କରିବା ବେଳେ ଏସବୁ ହୋଇନି ବୋଲି ଆଇସିଏମଆର ସ୍ପଷ୍ଟ କରିଛି। ହେଲେ ଏ ବାବଦରେ ମଧ୍ୟ ସତର୍କତା ଅବଲମ୍ୱନ କରିବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି।
The post ଉନ୍ନାଓରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି: ଆଇସିଏମଆର appeared first on Odisha Reporter.
from Odisha Reporter https://ift.tt/39LauyN
No comments:
Post a Comment