୫ ମାସର ଶିଶୁ ସମେତ ୩ ଜଣଙ୍କ ଜୀବନ ନେଲେ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

୫ ମାସର ଶିଶୁ ସମେତ ୩ ଜଣଙ୍କ ଜୀବନ ନେଲେ କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୬୪ରେ ପହଞ୍ଚି ଯାଇଛି।

ଏହି ତିନି ଜଣଙ୍କ ମଧ୍ୟରେ ଏକ ୫ ମାସର ଶିଶୁ ରହିଛି। ଅନ୍ୟ ଜଣେ ହେଉଛନ୍ତି ମହିଳା। ଏହି ମହିଳା ଜଣଙ୍କ ଭୁବନେଶ୍ୱରର ବାସିନ୍ଦା। ତାଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ନଥିଲା।

କରୋନାରେ ପ୍ରାଣ ହରାଇଥିବା ୫ ମାସର ଶିଶୁପୁତ୍ରଟି ରାୟଗଡ଼ା ଜିଲ୍ଲାର। ତା’ର ବି ଅନ୍ୟ କିଛି ସମସ୍ୟା ନଥିଲା। ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୧ରେ ପହଞ୍ଚି ଯାଇଥିବା ବେଳେ ସୁନ୍ଦରଗଡ଼ରେ ୧୬୬ ଓ ରାୟଗଡ଼ାରେ ୪୫ ହୋଇଛି।

ଅନ୍ୟପକ୍ଷରେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨, ଭଦ୍ରକରୁ ୩ ବଲାଙ୍ଗିରରୁ ୧୦, କଟକରୁ ୧୨, ଦେବଗଡ଼ରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୨୫, କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୧୭, ନୟାଗଡ଼ରୁ ୫, ନୂଆପଡ଼ାରୁ ୪, ସମ୍ବଲପୁରରୁ ୯, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ମାତ୍ର ୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୭୩୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୨୪,୦୬୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨,୭୫୩ ଜଣ ଚିକିତ୍ସାଧୀନ ଅଛନ୍ତି।

The post ୫ ମାସର ଶିଶୁ ସମେତ ୩ ଜଣଙ୍କ ଜୀବନ ନେଲେ କରୋନା appeared first on Odisha Reporter.



from Odisha Reporter https://ift.tt/3hmxPso

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages