ଖୋଲିଲା ମା’ ବିରଜାଙ୍କ ମନ୍ଦିର, ଥଣ୍ଡା, ଜ୍ୱର ଥିଲେ ପ୍ରବେଶ ବାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 28, 2020

ଖୋଲିଲା ମା’ ବିରଜାଙ୍କ ମନ୍ଦିର, ଥଣ୍ଡା, ଜ୍ୱର ଥିଲେ ପ୍ରବେଶ ବାରଣ

ଯାଜପୁର(ଗୁଲାସ ଗସ): ଆଜିଠୁ ଖୋଲିଲା ଯାଜପୁରର ମା’ ବିରଜାଙ୍କ ମନ୍ଦିର। କୋଭିଡ୍ କଟକଣା ମଧ୍ୟରେ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତମାନେ କିଭଳି ସୁରୁଖୁରୁରେ ମା’ଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।

ମହିଳା ଓ ପୁରୁଷ ଭକ୍ତମାନଙ୍କ ପାଇଁ ଅଲଗା ଅଲଗା ଧାଡି ହୋଇଛି । ମନ୍ଦିରର ମୁଖ୍ୟ ଦ୍ୱାରରେ ପୁଲିସ୍‌  ମୁତୟନ ରହିଛନ୍ତି । ସେହିପରି ମନ୍ଦିରରେ ପ୍ରବେଶ ପୂର୍ବରୁ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତଙ୍କ ଥର୍ମାଲ ସ୍କିନିଂ କରାଯିବା ସହିତ ସାନିଟାଇଜ୍ ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟ, ଆଜିଠୁ ମନ୍ଦିର ଖୋଲିବା ନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ପୂର୍ବରୁ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଥିଲେ । ସକାଳ ୬ ଘଟିକାରୁ ସନ୍ଧ୍ୟା ୫ ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ।

ଏଥିସହ ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧,୨ ଓ ୩ ତାରିଖରେ ମନ୍ଦିର ବନ୍ଦ ରହିବ । ଏହି ସମୟରେ ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ ।

ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଥିଲେ, ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବାଟ ଦେଇ ଭିତରକୁ ପ୍ରବେଶ କରିବେ । ଏହାପରେ ଉତ୍ତର ଦ୍ୱାର ଦେଇ ବାହାରିବେ। ସିଂହଦ୍ୱାର ସମ୍ମୁଖରେ ପୁଲିସ୍‌ ମୁତୟନ କରାଯିବ। ଥଣ୍ଡା, ଜ୍ୱର ଥିଲେ ଭିତରକୁ ପ୍ରବେଶ ଅନୁମତି ମିଳିବନି। ଦର୍ଶନ ପାଇଁ କୌଣସି ରେଜିଷ୍ଟ୍ରେଶନ ଦରକାର ନାହିଁ। କେବଳ ପିଣ୍ଡ ଦାନ ନିମନ୍ତେ  ରେଜିଷ୍ଟ୍ରେଶନ କରିବାକୁ ପଡ଼ିବ।

ମନ୍ଦିର ପରିଦର୍ଶନ ସମୟରେ କୋଭିଡ଼ ଗାଇଡ଼ଲାଇନ୍‌ ଲାଗୁ ହେବ। ଆସନ୍ତା ମାସରେ ନୂଆ ଗାଇଡଲାଇନ୍‌ ଆସିଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠ ଖୋଲା ହେବ। ସନ୍ଧ୍ୟା ଆରତୀ ସମୟରେ ବାହାର ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ମନ୍ଦିରର ପ୍ରଶାସନିକ  ଅଧିକାରୀ ଓ ସେବାୟନ ଉକ୍ତ ସମୟରେ ଉପସ୍ଥିତ ରହିପାରିବେ। ମନ୍ଦିର ଭିତରେ ପ୍ରସାଦ ସେବନକୁ ବାରଣ କରାଯାଇଛି।

ମା’ଙ୍କ ଦର୍ଶନରୁ କାହାକୁ ବଞ୍ଚିତ କରିବା ଲକ୍ଷ୍ୟ ନ ଥିବା ବେଳେ ୧୦ ବର୍ଷରୁ କମ୍‌, ୬୦ ବର୍ଷରୁ ଅଧିକ ତଥା ବୟସାଧିକ ରୋଗରେ ପୀଡ଼ିତ ଥିବା ଲୋକ ଗହଳିକୁ ଏଡ଼ାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ, କୋଭିଡ କଟକଣା ଯୋଗୁ ପ୍ରାୟ ୯ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ଗତ ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ବିଭିନ୍ନ ଧର୍ମାନୁଷ୍ଠାନକୁ ପର୍ଯ୍ୟାୟକ୍ରମେ ଖୋଲାଯାଉଛି।

The post ଖୋଲିଲା ମା’ ବିରଜାଙ୍କ ମନ୍ଦିର, ଥଣ୍ଡା, ଜ୍ୱର ଥିଲେ ପ୍ରବେଶ ବାରଣ appeared first on Odisha Reporter.



from Odisha Reporter https://ift.tt/3rAyb3n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages