କରୋନାର ନୂଆ ରୂପ ମାରାତ୍ମକ କି? ଉତ୍ତର ଦେଲେ ଏମ୍ସ ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 25, 2020

କରୋନାର ନୂଆ ରୂପ ମାରାତ୍ମକ କି? ଉତ୍ତର ଦେଲେ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: ଏକାଧିକ ରାଷ୍ଟ୍ରରେ କରୋନାର ନୂଆ ରୂପ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆ ଷ୍ଟ୍ରେନ୍‌ ଅଧିକ ଦ୍ରୁତଗତିରେ ସଂକ୍ରମଣ କରୁଥିବାରୁ ସମସ୍ତେ କହୁଛନ୍ତି। ଭାରତରେ ମଧ୍ୟ ଏହାର ପଦଧ୍ୱନୀ ଅନୁଭୂତ ହେଲାଣି। ଏସବୁ ଭିତରେ କରୋନାର ନୂଆ ରୂପ ସମ୍ପର୍କରେ ଏମ୍ସ ମୁଖ୍ୟ ତଥା କୋଭିଡ ମ୍ୟାନେଜମେଣ୍ଟ ପାଇଁ ଗଠିତ ନ୍ୟାଶନାଲ ଟାକ୍ସ ଫୋର୍ସର ସଦସ୍ୟ ଡା. ରଣଦୀପ ଗୁଲେରିଆ ବଡ଼ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କରୋନା ଭାଇରସ ଏକାଧିକ ରୂପ ନେଉଛୁ। କହିବାକୁ ଗଲେ ମାସକୁ ଏହା ଦୁଇ ଥର ରୂପ ବଦଳାଉଛି। ତେଣୁ ନୂଆ ଷ୍ଟ୍ରେନକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। କରୋନା ରୂପ ବଦଳାଉଥିଲେ ହେଁ ଆକ୍ରାନ୍ତଙ୍କ ଲକ୍ଷଣରେ କୌଣସି ପରିବର୍ତ୍ତନ ହେବନାହିଁ।

ସେହିପରି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଲୋକଙ୍କର ଚିକିତ୍ସା ପ୍ରଣାଳୀରେ ବି କିଛି ପରିବର୍ତ୍ତନ ହେବନାହିଁ। ବର୍ତ୍ତମାନ ମିଳିଥିବା ତଥ୍ୟ ଅନୁଯାୟୀ, ଟ୍ରାଏଲ ପର୍ଯ୍ୟାୟରେ ଥିବା ଟିକା ମଧ୍ୟ ବ୍ରିଟେନରେ ଦେଖାଯାଇଥିବା କରୋନା ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ। ଆସନ୍ତା ୬ରୁ ୮ ମାସ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏବେ ଦେଶରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଏହା ଆଗକୁ ମଧ୍ୟ ଜାରି ରହିବା ଦରକାର ବୋଲି ସେ କହିଛନ୍ତି।

ନୂଆ ଷ୍ଟ୍ରେନ ଉପରେ ବିସ୍ତୃତ ଭାବେ ସୂଚନା ଦେଇ ଡା. ଗୁଲେରିଆ କହିଛନ୍ତି, ବ୍ରିଟେନରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନ ଦ୍ରୁତଗତିରେ ସଂକ୍ରମଣ କରୁଥିବାରୁ ଏହାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି। ଏହା ସଂକ୍ରମଣ ହାର ବଢ଼ାଉଥିଲେ ହେଁ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଚିକିତ୍ସା ହେବାକୁ ପଡ଼ୁନି। ସେହିପରି ଏହା ଅଧିକ ଜୀବନ ନେବାକୁ ବି ସକ୍ଷମ ହେଉନି। ୧୦ ମାସ ମଧ୍ୟରେ କରୋନା ଏକାଧିକ ରୂପ ବଦଳାଇଛି। ଏଥର ବି କରୋନାର ଭାଇରସର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦରକାର ପଡ଼ିଲେ କରୋନା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡ଼ିକ ନୂଆ ଷ୍ଟ୍ରେନକୁ ମାତ ଦେବାକୁ ଏଥିରେ କିଛି ପରିବର୍ତ୍ତନ କରିପାରିବେ। କିନ୍ତୁ ବର୍ତ୍ତମାନ ସ୍ଥିତି ଯାହା, କରୋନା ଭାଇରସରେ ସେତେଟା କିଛି ପରିବର୍ତ୍ତନ ହୋଇନାହିଁ। ତେଣୁ ଟିକାରେ ମଧ୍ୟ ମେଜର ପରିବର୍ତ୍ତନ କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବା ପରେ ଭାରତ ସମେତ ୪୦ରୁ ଅଧିକ ରାଷ୍ଟ୍ର ଇଂଲଣ୍ଡକୁ ବିମାନ ସେବା ବନ୍ଦ କରି ଦେଇଛନ୍ତି। ସେହିପରି ବିମାନ ଚଳାଚଳ ବେଳେ ଭାରତ ଫେରିଥିବା ବ୍ରିଟେନ ଫେରନ୍ତାଙ୍କର ମଧ୍ୟ କରୋନା ଟେଷ୍ଟକୁ ଭାରତ ସରକାର ବାଧ୍ୟତାମୂଳକ କରିଛନ୍ତି। ବ୍ରିଟେନରୁ ଫେରୁଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହେଲେ, ସେମାନଙ୍କ ନମୁନାର ଯାଞ୍ଚ କରାଯାଉଛି। ଜେନ ସିକ୍ୟୁଏସିଂ ପରୀକ୍ଷା ଦ୍ୱାରା ଏମାନେ କରୋନାର କେଉଁ ଷ୍ଟ୍ରେନରେ ଆକ୍ରାନ୍ତ, ତା’କୁ ଜାଣିବା ପାଇଁ ପ୍ରୟାସ ହେଉଛି।

The post କରୋନାର ନୂଆ ରୂପ ମାରାତ୍ମକ କି? ଉତ୍ତର ଦେଲେ ଏମ୍ସ ମୁଖ୍ୟ appeared first on Odisha Reporter.



from Odisha Reporter https://ift.tt/3rqXAfH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages