ନୟାଗଡ଼(ଡି.ଏନ.ଏ): “ବିନା ଦୋଷରେ ମୋ ପୁଅକୁ ଏସ୍ଆଇଟି ଗିରଫ କରିଛି। ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି।” ଏପରି ସଙ୍ଗୀନ ଅଭିଯୋଗ ଆଣି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’।
ଅରୁଣ ବୋଥ୍ରା ପୁଅକୁ ମାଡ଼ ମାରି ପରୀ କେସରେ ଫସାଇ ଦେଉଥିବା ସେ ଉଲ୍ଲେଖ କରିଛନ୍ତି। ଏଥିସହ ମାଡ଼ ମାରି ମିଥ୍ୟା ଡେମୋ ଦେଖାଇବାକୁ ପୁଅକୁ ବାଧ୍ୟ କରିବା ଏବଂ ତାକୁ ଗାଳି ଗୁଳଜ କରାଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି ।
ସରୋଜଙ୍କ ମା’ କହିଛନ୍ତି, ଗତକାଲି ଡେମୋ ଦେଖାଇବାକୁ ପୁଅକୁ ଘରୁ ଆଣିଥିଲେ। ମାତ୍ର ସେ ଚିତ୍କାର କରି ନିର୍ଦ୍ଦୋଷ ବୋଲି କହିବାରୁ ଡେମୋ ନ ଦେଖାଇ ନେଇଗଲେ। କହିଲେ ତୁ ଗରୀବ। ତୋର ବାପା ନାହାନ୍ତି। ୫ ଲକ୍ଷ ନେଇ ମାନିଯା। ଆମେ ବିନା ଦୋଷରେ ତୋତେ ଖସେଇ ଦେବୁ ବୋଲି ଚାପ ପକାଉଥିବା ଅଭିଯୋଗ ଆଣିଛନ୍ତି।
The post ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା appeared first on Odisha Reporter.
from Odisha Reporter https://ift.tt/34yICup
No comments:
Post a Comment