ଶରଦ ପାୱାରଙ୍କ ସହ କଥା ହେଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଶରଦ ପାୱାରଙ୍କ ସହ କଥା ହେଲେ ମମତା

କୋଲକାତା: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ କ୍ଷମତା ଯୁଦ୍ଧ ତୀବ୍ର ହେବାରେ ଲାଗିଛି। କେନ୍ଦ୍ର ସରକାର ନିଜ କ୍ଷମତାର ଅପବ୍ୟବହାର କରି ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ ମଧ୍ୟ କରୁଛନ୍ତି।

ଏସବୁ ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୋମବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି। ବିଜେପିର ମିଶନ ବେଙ୍ଗଲକୁ ନେଇ ଚିନ୍ତାରେ ଥିବା ମମତା କେମିତି ଏହାକୁ କାଉଣ୍ଟର କରିବେ ସେ ବିଷୟରେ ଶରଦ ପାୱାରଙ୍କ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଶରଦ ପାୱାରଙ୍କ ଏନସିପିର ମୁଖପାତ୍ର ନୱାବ ମଲ୍ଲିକ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କେମିତି ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଟାର୍ଗେଟ କରାଯାଉଛି, ସେ ବିଷୟରେ ମମତା ଓ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା ହୋଇଛି।

ବିଜେପି ବେଙ୍ଗଲରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି। ଏଥିପାଇଁ ରାଜ୍ୟର ୩ ବରିଷ୍ଠ ଆଇପିଏସକୁ ଦିଲ୍ଲୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛି। ବିଜେପି ଯେଉଁଭଳି ଭାବେ କେନ୍ଦ୍ରୀୟ ଏଜେନ୍ସିକୁ ଅପବ୍ୟବହାର କରୁଛି, ତାହା ଆଦୌ ଠିକ୍‌ ନୁହେଁ। ଏସବୁ ବିଷୟରେ ମମତା ଓ ଶରଦ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଅନ୍ୟ ଜାତୀୟ ନେତାଙ୍କ ସହ ମଧ୍ୟ ଉଭୟ ଆଲୋଚନା କରିବେ। ଦରକାର ପଡ଼ିଲେ ଶରଦ ପାୱାର ବେଙ୍ଗଲ ଗସ୍ତ ମଧ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ବେଙ୍ଗଲ ନିର୍ବାଚନ ଆଗକୁ ଥିବାରୁ ରାଜ୍ୟ ସରକାରଙ୍କୁ ଦୁର୍ବଳ କରିବା ପାଇଁ ବିଜେପି କ୍ଷମତାର ଅବ୍ୟବହାର କରୁଛି। ବିଶେଷ କରି ଟିଏମସିକୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ମମତା ଅଭିଯୋଗ କରିଥିଲେ। ନିକଟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉପରେ କୋଲକାତାରେ ଆକ୍ରମଣ ହୋଇଥିଲା।

ଏହି ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଆକ୍ରମଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ୩ ଆଇପିଏସ ଅଫିସରଙ୍କୁ ଦିଲ୍ଲୀକୁ ବଦଳି କରାଯାଇଥିଲା। ଏହାକୁ ମମତାଙ୍କ ସମେତ ପଞ୍ଜାବ, ଛତିଶଗଡ଼ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ତୀବ୍ର ନାପସନ୍ଦ କରିଥିଲେ।

The post ଶରଦ ପାୱାରଙ୍କ ସହ କଥା ହେଲେ ମମତା appeared first on Odisha Reporter.



from Odisha Reporter https://ift.tt/3pfxcn6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages