ବାଜପେୟୀଙ୍କୁ ଜନ୍ମ ଦିନରେ ଏମିତି ମନେପକାଇଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ବାଜପେୟୀଙ୍କୁ ଜନ୍ମ ଦିନରେ ଏମିତି ମନେପକାଇଲେ ମୋଦି

ନୂଆଦିଲ୍ଲୀ: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଜନ୍ମ ଦିନ। ୧୯୨୪ ମସିହା ଆଜିର ଦିନରେ ଏହି ମହାନ ରାଜନେତା ଗ୍ୱାଲିୟର୍‌ରେ ଜନ୍ମ ଗ୍ରହଣ କରିଥିଲେ। ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ବାଜପେୟୀ ଭାରତୀୟ ରାଜନନୀତିକୁ ଅନେକ କିଛି ଦେଇଛନ୍ତି। ଦେଶର ବିକାଶ ହିଁ ତାଙ୍କର ମୂଳ ଏଜେଣ୍ଡା ରହିଥିଲା। ଏଥିପାଇଁ ସେ ବିଜେପିରେ ଥିଲେ ହେଁ ସବୁ ଦଳର ଲୋକ ତାଙ୍କୁ ସମ୍ମାନ କରୁଥିଲେ।

ଆଜି ତାଙ୍କ ଜନ୍ମଦିନରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇ ତାଙ୍କୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳ ବିହାରୀ ବାଜପେୟୀ ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ତାଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ସେ ଦେଶକୁ ବିକାଶର ଅଭୂତ ପୂର୍ବ ଉଚ୍ଚରେ ପହଞ୍ଚାଇ ଥିଲେ। ଗୋଟିଏ ସଶକ୍ତ ଓ ସମୃଦ୍ଧ ଭାରତର ନିର୍ମାଣ ପାଇଁ ତାଙ୍କର ଉଦ୍ୟମକୁ ସର୍ବଦା ସ୍ମରଣ କରାଯିବ।”


ବାଜେପୟୀଙ୍କ ଜନ୍ମଦିନକୁ ମୋଦି ସରକାର ଉତ୍ତର ସରକାରୀ ଦିବସ ଭାବେ ପାଳନ କରୁଛନ୍ତି। ଆଜି ୯୬ତମ ଜନ୍ମ ଦିନରେ ମୋଦି ବାଜପେୟୀଙ୍କ ଜୀବନକୁ ନେଇ ରଚିତ ଗୋଟିଏ ବହିର ଉନ୍ମୋଚନ କରିବେ। ଏଥିରେ ତାଙ୍କ ସଂଘର୍ଷର କାହାଣୀ ରହିଛି। ସେହିପରି ସଂସଦରେ ସେ ଦେଇଥିବା କାଳଜୟୀ ଭାଷଣ ଗୁଡ଼ିକ ମଧ୍ୟ ବହିରେ ଉଲ୍ଲେଖ କରାଯାଇଛି। କିଛି ବିରଳ ଓ ଲୋକଲୋଚନକୁ ଆସି ପାରି ନଥିବା ଫଟୋ ଏଥିରେ ରହିଥିବା ଜଣାପଡ଼ିଛି।

ଆଜି ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ବହିଟିକୁ ଉନ୍ମୋଚିତ କରିବେ।

The post ବାଜପେୟୀଙ୍କୁ ଜନ୍ମ ଦିନରେ ଏମିତି ମନେପକାଇଲେ ମୋଦି appeared first on Odisha Reporter.



from Odisha Reporter https://ift.tt/34ID28Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages