କରୋନା ପାଇଁ ଦୁଇଟି ବିଶ୍ୱକପ ବାତିଲ କଲା ଫିଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

କରୋନା ପାଇଁ ଦୁଇଟି ବିଶ୍ୱକପ ବାତିଲ କଲା ଫିଫା

ଦୁବାଇ: ମହାମାରୀ କରୋନାର ପ୍ରଭାବ ପୁଣିଥରେ କ୍ରୀଡ଼ା ଜଗତ ଉପରେ ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଫା କାଉନସିଲର ବ୍ୟୁରୋ ଆସନ୍ତାବର୍ଷ ହେବାକୁ ଥିବା ପୁରୁଷ ଅଣ୍ଡର-୨୦ ଓ ଅଣ୍ଡର-୧୭ ଫୁଟବଲ ବିଶ୍ୱକପକୁ ବାତିଲ କରିଛି। କରୋନା ସ୍ଥିତିରେ ସୁଧାର ଆସିଲେ ୨୦୨୩ରେ ଏହି ଦୁଇ ବିଶ୍ୱକପ ଖେଳାଯିବ।

ଏହି ସମୟରେ ଅଣ୍ଡର-୨୦ ବିଶ୍ୱକପ ଇଣ୍ଡୋନେସିଆ ଓ ଅଣ୍ଡର-୧୭ ବିଶ୍ୱକପ ପେରୁ ଆୟୋଜନ କରିବ। ୨୦୨୧ରେ ବିଶ୍ୱକପ ହୋଇଥିଲେ ଏହି ଦୁଇ ଦେଶ ହୋଷ୍ଟିଂ ଦାୟିତ୍ୱ ପାଇଥାଆନ୍ତେ। ବିଶ୍ୱକପକୁ ଦୃଷ୍ଟିରେ ରଖି ଉଭୟ ଦେଶ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ କରିଥିଲେ।

ଫିଫା ପକ୍ଷରୁ କୁହାଯାଇଛି ଯେ ମହାମାରୀ କରୋନା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ଏବେ ବି ଚ୍ୟାଲେଞ୍ଜ ସୃଷ୍ଟି କରୁଛି। କାରଣ କରୋନା ପାଇଁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଏକାଧିକ ରାଷ୍ଟ୍ର କଟକଣା ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଷ୍ଟେକ ହୋଲ୍ଡର, ହୋଷ୍ଟ ମେମ୍ବର ଆସୋସିଏସନ ଓ ବିଭିନ୍ନ ଅଧିକାରୀଙ୍କ ସହ ଫିଫା ୨୦୨୧ ବିଶ୍ୱକପ ପାଇଁ ଆଲୋଚନା କରିଥିଲା।

କରୋନା କଟକଣା ଟୁର୍ଣ୍ଣାମେଣ୍ଟର ସଫଳତା ଦିଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଓ ସମସ୍ତଙ୍କ ପରାମର୍ଶକ୍ରମେ ୨୦୨୧ରେ ହେବାକୁ ଥିବା ଦୁଇଟି ଯାକ ବିଶ୍ୱକପକୁ ବାତିଲ କରାଯାଇଛି। ଏବେ ୨୦୨୩ରେ ଏହା ଆୟୋଜନ ହେବ।

The post କରୋନା ପାଇଁ ଦୁଇଟି ବିଶ୍ୱକପ ବାତିଲ କଲା ଫିଫା appeared first on Odisha Reporter.



from Odisha Reporter https://ift.tt/3pgN5tw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages