ଆବଶ୍ୟକ ସାମଗ୍ରୀ: ଅଣ୍ଡା, ରିଫାଇନ୍ ଅଏଲ, ପିଆଜ, କଟା ଟମାଟୋ, ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା ଗୁଣ୍ଡ । ଏହାବ୍ୟତୀତ ତେନ୍ତୁଳି ରସ, ଧନିଆ ପତ୍ର ଓ ପୋଦିନା ରସ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ଭାଙ୍ଗି ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଅଣ୍ଡା ଫେଣ୍ଟି ହୋଇଯିବା ପରେ ତାୱାରେ ତେଲ ଗରମ କରି ପକାନ୍ତୁ। ଅଣ୍ଡା ଅଳ୍ପ ଭାଜି ହୋଇଗଲା ପରେ ଅଣ୍ଡାକୁ ଗୁଡ଼ାଇ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ।
କରେଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଯିବା ପରେ କଟା ଟମାଟୋ, ଅଦା ରସୁଣ ବଟା, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ପକାନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ତେନ୍ତୁଳି ରସ, ଧନିଆ ପତ୍ର ଓ ପୋଦିନା ରସ ପକାନ୍ତୁ। ମସଲା ଫୁଟିବା ପରେ କଟା ହୋଇଥିବା ଅଣ୍ଡା ଫେଣିକୁ ପକାନ୍ତୁ।
ଏଥର ପ୍ରସ୍ତୁତ ହୋଇଗଲା ଗରମାଗରମ ତେନ୍ତୁଳି ପାଣି ଅଣ୍ଡା ଫେଣି।
The post ତେନ୍ତୁଳି ପାଣି ଅଣ୍ଡା ଫେଣି appeared first on Odisha Reporter.
from Odisha Reporter https://ift.tt/3mJTonO
No comments:
Post a Comment