ଜମ୍ମୁ: ସୁରକ୍ଷାକର୍ମୀଙ୍କ ବାରାକରେ ବଡ଼ଧରଣର ଅଘଟଣ ଘଟିଛି। ଜମ୍ମୁ-କଶ୍ମୀରର କଠୁଆ ଅନ୍ତର୍ଗତ ମାଛେଡି ଠାରେ ଥିବା ସ୍ଥଳ ସେନାର ଗୋଟିଏ ବାରାକ୍ର କାନ୍ଥ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ୨ ଜଣ ଆର୍ମି ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଯବାନମାନେ ବାରାକ୍ ମଧ୍ୟରେ ଶୋଇଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ମଧ୍ୟରେ ଚାପି ହୋଇ ଦୁଇ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସେହିପରି ଆହତ ହୋଇଥିବା ଜଣେ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ।
The post ଭୁଶୁଡ଼ି ଗଲା ବାରାକ୍ର କାନ୍ଥ, ଚାଲିଗଲା ୨ ଯବାନଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3aFuW4E
No comments:
Post a Comment