ଆଠଗଡ଼(ଓଡ଼ିଶା ରିପୋର୍ଟର): କରୋନା ପରେ ଭୁଶୁଡ଼ି ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଥରେ ଛିଡ଼ା କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ କଟକ ସାତକୋଶିଆ ବାଲିପୁଟରେ ଆଜି ଉଦ୍ଘାଟିତ ହେବ ଇକୋ ରିଟ୍ରିଟ୍। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ଏହାର ଶୁଭ ଉଦ୍ଘାଟନ କରିବେ।
ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅବସର ବିନୋଦନ ନିମନ୍ତେ ଲୋକେ ବିଭିନ୍ନ ସ୍ଥାନକୁ ଯିବାକୁ ପସନ୍ଦ କରିଥାନ୍ତି । ଏଥର ପର୍ଯ୍ୟଟନ ବିଭାଗ ନେଇଥିବା ସ୍ୱତନ୍ତ୍ର ପଦକ୍ଷେପ ଅନୁଯା, ବାଲିପୁଟରେ ପ୍ରକୃତିର ଶୋଭାରାଜିକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ ।
ସ୍ଥାନୀୟ ଅଞ୍ଚଳର ବିକାଶ ସାଙ୍ଗକୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଏଥର ବାଲିପୁଟରେ ୨୫ଟି କଟେଜ୍ ନିର୍ମାଣ କରାଯାଇଛି ।
ଭିଡିଓ କନ୍ଫରେନ୍ସିଂରେ ଆଜି ଉଦ୍ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।
ସାତକୋଶିଆ ବ୍ୟତୀତ ଗତବର୍ଷ ଭଳି ଚଳିତ ଥର କୋଣାର୍କ ସମେତ ନୂଆ ଭାବେ ହୀରାକୁଦ, ଦାରିଙ୍ଗବାଡ଼ିରେ ବି ଇକୋ ରିଟ୍ରେଟ୍ ଆୟୋଜିତ ହୋଇଛି । ଯାହା ଫେବୃୟାରୀ ୨୮ ଯାଏ ଚାଲିବ ।
The post ସାତକୋଶିଆ ବାଲିପୁଟରେ ଏଥର ଇକୋ ରିଟ୍ରିଟ୍ appeared first on Odisha Reporter.
from Odisha Reporter https://ift.tt/3n0bgfc
No comments:
Post a Comment