ଚାଷୀଙ୍କୁ ମନେଇବାରେ ଫେଲ ମାରିଲେ ଶାହ, ଆଜିର ବୈଠକ ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ଚାଷୀଙ୍କୁ ମନେଇବାରେ ଫେଲ ମାରିଲେ ଶାହ, ଆଜିର ବୈଠକ ସ୍ଥଗିତ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମଙ୍ଗଳବାର ସନ୍ଧ୍ୟାରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଶ୍ରୀ ଶାହ ବୈଠକ ଡାକିଥିଲେ। ଏଥିରେ ୧୩ରୁ ଅଧିକ ଚାଷୀ ସଂଗଠନର ନେତା ଯୋଗଦେଇଥିଲେ। ଶାହଙ୍କ ସହ ବିଳମ୍ବିତ ରାତି ଯାଏ ସେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କକରିଥିଲେ। ହେଲେ ଶେଷରେ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ।

ଚାଷୀମାନେ ଆଇନ ରଦ୍ଦ କରିବାକୁ ଦାବି କରିବାରୁ ସରକାରଙ୍କ ଅକଲ ଗୁଡ଼ୁମ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା ୬ଷ୍ଠ ରାଉଣ୍ଡ ବୈଠକକୁ ସ୍ଥଗିତ କରି ଦିଆଯାଇଛି। ସେହିପରି କେନ୍ଦ୍ର ସରକାର ଚାଷୀଙ୍କ ପାଖକୁ ନୂଆ ପ୍ରସ୍ତାବ ଲିଖିତ ଆକାରରେ ଆଜି ପଠାଇବେ। ଏହାକୁ ଚାଷୀମାନେ ପଢ଼ିବା ପରେ ଆଗାମୀ ପଦକ୍ଷେପ କ’ଣ ହେବ, ତା’ ଉପରେ ନିଷ୍ପତ୍ତି ନେବେ। କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ଆଜି ଦିଲ୍ଲୀର ସିଙ୍ଘୁ ସୀମାରେ ଚାଷୀଙ୍କ ବୈଠକ ବସିବ ବୋଲି ଜଣାପଡ଼ିଛି।

ଶାହଙ୍କ ସହ ବୈଠକ ଶେଷ ହେବା ପରେ ସର୍ବଭାରତୀୟ କିଷାନ ସଭା ନେତା ହନ୍ନାନ ମୋଲାହା କହିଛନ୍ତି, କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ମୁଡରେ ନାହାନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପୀୟୂଷ ଗୋୟେଲ ଯେଉଁ କଥା କହିଥିଲେ ମଙ୍ଗଳବାର ଶାହ ମଧ୍ୟ ସମାନ କଥା କହିଛନ୍ତି। ତେବେ ଶାହ ଚାଷୀଙ୍କୁ ଶୁଣିବା ପରେ ଏମଏସପି ଉଚ୍ଛେଦ ହେବନି ବୋଲି କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଲିଖିତ ପ୍ରତିଶ୍ରୁତି ଦେବାକୁ ମଧ୍ୟ ରାଜି ହୋଇଛନ୍ତି।

ଏଥିସହ ମଣ୍ଡି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମଧ୍ୟ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏହାବାଦ ଚାଷୀମାନେ ଉଠାଇଥିବା ଅନ୍ୟ ଦାବି ଗୁଡ଼ିକୁ ବିଚାର କରି ଏକ ନୂଆ ପ୍ରସ୍ତାବ କୃଷକମାନଙ୍କୁ ପଠାଯିବ ବୋଲି ଶାହ ବୈଠକରେ କହିଛନ୍ତି। ନୂଆ ପ୍ରସ୍ତାବକୁ ବିଚାର କରିବା ପରେ ଆସନ୍ତା ୧୦ ତାରିଖରେ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ୬ଷ୍ଠ ରାଉଣ୍ଡ ବୈଠକ ହେବ ବୋଲି ଆଶା କରାଯାଉଛି।

The post ଚାଷୀଙ୍କୁ ମନେଇବାରେ ଫେଲ ମାରିଲେ ଶାହ, ଆଜିର ବୈଠକ ସ୍ଥଗିତ appeared first on Odisha Reporter.



from Odisha Reporter https://ift.tt/3gzNcNS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages