କୋହଳ ହେଲା ସରକାରୀ ଖର୍ଚ୍ଚ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

କୋହଳ ହେଲା ସରକାରୀ ଖର୍ଚ୍ଚ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ ହଟାଇଛି ରାଜ୍ୟ ଅର୍ଥ ବିଭାଗ । ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି ।

ଗତ ଜୁଲାଇ ୭ ତାରିଖରେ ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ କଟକଣା ଲଗାଇଥିଲା ଅର୍ଥ ବିଭାଗ । ମହାମାରୀ ଯୋଗୁ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଥିବାରୁ ଏଭଳି କଟକଣା ଲଗାଯାଇଥିଲା । ଏବେ ଅର୍ଥନୀତିରେ କିଛିଟା ସୁଧାର ଆସିଥିବାରୁ ଏହି କଟକଣାକୁ କୋହଳ କରିଛି ଅର୍ଥ ବିଭାଗ ।

ଏଷ୍ଟାବ୍ଲିସ୍ମେଣ୍ଟ ବ୍ୟୟରେ କିଛିଟା କୋହଳ କରାଯାଇଛି । ପୂର୍ବର କେବଳ ମେଡିକାଲ ସାମଗ୍ରୀ କିଣିବାକୁ ଅନୁମତି ଥିବା ବେଳେ ଏବେ ଅର୍ଥ ବିଭାଗର ବିନା ଅନୁମତିରେ ଡିଜିଟାଲ କମ୍ୟୁନିକେସନ ପାଇଁ ଆବଶ୍ୟକ ସରଞ୍ଜାମ କିଣି ହେବ ।

ବିଭାଗ ମାନେ ବାର୍ଷିକ ବଜେଟର ୬୦ ପ୍ରତିଶତ ବଦଳରେ ୭୫ ପ୍ରତିଶତ ଖର୍ଚ୍ଚ କରିପାରିବେ । ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବାର୍ଷିକ ବଜେଟର ୬୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଚାଲୁ ରହିଥିବା ଯୋଜନା ପାଇଁ ନୂଆ ଟେଣ୍ଡର  ଆହ୍ୱାନ କରାଯାଇପାରିବ ।

ଏଣିକି ଗୃହ ନିର୍ମାଣ, ଗାଡ଼ି ଓ  କମ୍ପ୍ୟୁଟର କିଣା ପାଇଁ ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇପାରିବେ କର୍ମଚାରୀ  । ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଦୃଷ୍ଟିରୁ କଟକଣା କୋହଳ କରାଯାଇଥିବା ଅର୍ଥ ବିଭାଗ ଚିଠିରେ ଦର୍ଶାଇଛି ।

The post କୋହଳ ହେଲା ସରକାରୀ ଖର୍ଚ୍ଚ କଟକଣା appeared first on Odisha Reporter.



from Odisha Reporter https://ift.tt/3fY5OH5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages