କଟକ (ଓଡ଼ିଶା ରିପୋର୍ଟର): କଟକର ନୟାସଡ଼କସ୍ଥିତ IIFL ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣାରେ ଦିନକୁ ଦିନ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଏହି ଘଟଣାରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଲାଲବାଗ ଥାନା ପୁଲିସ। ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହା।
ଦୁଇ ଜଣ ଯାକ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଏହି ମହାଲୁଟ୍ ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଲୋନ ଜାଲିଆତିରେ ଦେବାଶିଷର ଥିଲା। ସମ୍ପୃକ୍ତି ଦେବାଶିଷକୁ ଏକ ବାଇକ ଦେଇଥିଲା ଲାଲା ଦେବାଶିଷ ମଧ୍ୟ ସେହି ବାଇକ ଟିକୁ ବ୍ୟବହାର କରୁଥିଲା, ଯାହାକୁ ଜବତ କରିଛି ପୁଲିସ।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସକାଳ ୧୦ଟା ୩୦ ମିନିଟ୍ ସମୟରେ କଟକ ନୟାସଡ଼କସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର IIFLକୁ ୪ ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟି ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।
ଏହି ଘଟଣାର ମାଷ୍ଟରମାଇଣ୍ଟ ଜଣେ ଲେଡି ଅଫିସର୍ ଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଥିଲା। ଲେଡି ଜଣକ ହେଲେ ନୀଳିମା ଲେଙ୍କା। ସେ IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଲେଡି ଅଫିସର। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ ମିଶି ସେ କ୍ରାଇମପ୍ଲଟ ରଚିଥିଲେ। ଲୁଟ୍ ପାଇଁ ଲେଡି ଅଫିସର ହିଁ ଅମ୍ରିତକୁ ବୁଦ୍ଧି ଦେଇଥିଲା।
The post ୧୩ରେ ପହଞ୍ଚିଲା କଟକ IIFL ଲୁଟ୍ ଗିରଫଦାରୀ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/36tClSb
No comments:
Post a Comment