‘ମମତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇପାରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

‘ମମତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇପାରେ’

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହତ୍ୟାର ଶିକାର ହୋଇପାରନ୍ତି। ନିର୍ବାଚନରେ ଯଦି ବିଜେପି ହାରିଯିବ ତାହେଲେ ମମତା ହତ୍ୟାର ଶିକାର ହୋଇପାରନ୍ତି। ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ତଥା ଟିଏମସି ନେତା ସୁବ୍ରତ ବାନାର୍ଜୀ ଏହା କହିଛନ୍ତି। ବିଜେପି ହତ୍ୟା କରି ଆଉ କାହା ନାମରେ ଦୋଷ ଲଦିପାରେ ବୋଲି ସେ କହିଛନ୍ତି।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ଏବଂ ଟିଏମସି ମଧ୍ୟରେ ବିବାଦ ତେଜିଛି। ବିଜେପି ଏବେ କହିଛି ଯେ ଉତ୍ତର 24 ପରଗାନର ହଲିଶାହାରରେ ଶନିବାର ଟିଏମସି କର୍ମୀଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି।

ବିଜେପି ବେଙ୍ଗଲ ଟ୍ୱିଟ କରି ଏହି ଦାବି କରିଛି। ଟିଏମସି କର୍ମୀଙ୍କ ଆକ୍ରମଣରେ ଜଣେ କର୍ମୀ ହତ୍ୟାର ଶିକାର ହୋଇଥିବା ବେଳେ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଜେଏନ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ସାଇକତ ଭବାଲଙ୍କୁ ଆକ୍ରମଣ କରାଯାଇଥିଲା।

ଏହାପୂର୍ବରୁ ଗୁରୁବାର ବିଜେପି ସଭାପତି ଜେପି ନଡ୍ଡା ଡାଇମଣ୍ଡ ହାରବୋର ଯାଉଥିବାବେଳେ ତାଙ୍କ କାରକେଡ୍ ଆକ୍ରମଣର ଶିକାର ହୋଇଥିଲା। ଟିଏମସି କର୍ମୀ ଏହି ଆକ୍ରମଣ କରିଥିଲା ବୋଲି ବିଜେପି ଅଭିଯୋଗ କରିଛି। ଟିଏମସି ସୁପ୍ରିମୋ ମମତା କିନ୍ତୁ ବିଜେପିର ଅଭିଯୋଗକୁ ଖଣ୍ଡନ କରିଥିଲେ। ସହାନୁଭୂତି ପାଇବା ପାଇଁ ବିଜେପି ଏଭଳି ନାଟକ କରୁଛି ବୋଲି ସେ କହିଥିଲେ। ଏବେ ଏହି ମାମଲାରେ ଆଠ ଜଣଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି।

The post ‘ମମତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇପାରେ’ appeared first on Odisha Reporter.



from Odisha Reporter https://ift.tt/37VVX0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages