ରାଜ୍ୟରେ ୩ ଜିଲ୍ଲାରୁ ଆଉ ୫ ଜଣଙ୍କ ଜୀବନ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

ରାଜ୍ୟରେ ୩ ଜିଲ୍ଲାରୁ ଆଉ ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋଟଆର): ରାଜ୍ୟରେ ଧୀରେ ଧୀରେ କମୁଛି କରୋନାର କୋପ  । ପ୍ରତିଦିନ ୫ଶହ ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୫ରୁ ୬ ମଧ୍ୟରେ ରହୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ଜିଲ୍ଲାରୁ ଆଉ ୫ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୦୭ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଅଛନ୍ତି । ଭୁବନେଶ୍ୱରରୁ ଜେଣ ୫୯ ବର୍ଷୀୟ ବ୍ୟକ୍ତି କରୋନାରେ ଆଖିବୁଜିଛନ୍ତି। ସେ ଡାଇବେଟିସ ରୋଗରେ ପୀଡିତ ଥିଲେ । ସେହିପରି ଖୋର୍ଦ୍ଧାରୁ ୬୪ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତାଙ୍କର ମଧ୍ୟ ଡାଇବେଟିସ ସହ ଅନ୍ୟାନ୍ୟ ସମସ୍ୟା ରହିଥିଲା ।

ଅନ୍ୟପେଟ ମୟୂରଭଞ୍ଜ ଜିଲ୍ଲାରୁ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ବୟସ ଯଥାକ୍ରମେ ୫୮ ଓ ୬୮ ରହିଛି । ଉଭୟ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡିତ ଥିଲେ । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ମଧ୍ୟ ଜଣେ ୫୯ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ୍ ୩୨୩୭୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୧୮୬୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

The post ରାଜ୍ୟରେ ୩ ଜିଲ୍ଲାରୁ ଆଉ ୫ ଜଣଙ୍କ ଜୀବନ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/380E2pA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages